Advertisment

ସୁନା ଦର ହେବ ଆକାଶ ଛୁଆଁ: ୬୫ ହଜାର ଟଙ୍କା ଛୁଇଁବା ନିଶ୍ଚିତ !

ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି।

author-image
Chandan Shishu
ଅଦ୍ୟତନ ହୋଇଛି
Gold Prices Hit Record High On Thursday

gold prices hit record high on Thursday

ବଜେଟ୍ ପ୍ରଭାବରେ ଉପର ମୁହାଁ ସୁନା ଦର। ୨ ଦିନରେ ବଢ଼ିଲାଣି ୧୬ ଶହ ଟଙ୍କା। ଛୁଇଁଲା ସର୍ବକାଳୀନ ରେକର୍ଡ। ରାଜଧାନୀ ଭୁବନେଶ୍ୱର ରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଏବେ ୬୦ ହଜାର ୭୦୦ ଟଙ୍କା।  ଦୁଇ ଦିନ ତଳେ ଅର୍ଥାତ୍ ଗତ ମଙ୍ଗଳବାର ଦର ଥିଲା ୫୮ ହଜାର ୯୦୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୫୨ ହଜାର ୬୦୦ ଟଙ୍କାରୁ ବଢ଼ି ଆଜି ୫୪ ହଜାର ୨୦୦ ଟଙ୍କାରେ ପହଞ୍ଚିଯାଇଛି। ଏମିତିକି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଫେବ୍ରୁଆରୀ ମାସ ଲାଗି ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୫୮ ହଜାର ୮୦୦ ଟଙ୍କାରେ ବିକ୍ରି ହେଉଛି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ ଉତ୍ସବରେ ଉପହାର ଦେବା ଲାଗି ସୁନା ଗହଣା କିଣିବାକୁ ଡରିଲେଣି। 

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ସୁନା ବ୍ୟବସାୟୀଙ୍କ କହିବା କଥା- ସୁନା, ରୁପା ଓ ପ୍ଲାଟିନମ୍ ଗହଣା ଓ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ୨୨ ପ୍ରତିଶତରୁ ୨୫ ପ୍ରତିଶତକୁ ବଢ଼ାଇବା ଲାଗି ଚଳିତ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଣୁ ଏପ୍ରିଲ୍ ପହିଲାରୁ ଏସବୁ ଜିନିଷର ଦାମ୍ ବଢ଼ିବା ସୁନିଶ୍ଚିତ ହୋଇଯାଇଛି କିନ୍ତୁ ବଜେଟ୍ ଘୋଷଣା ପରେ ପରେ କିଛି ଦିନ ହେଲା ସ୍ଥିର ଥିବା ସୁନା ମୂଲ୍ୟ ହଠାତ୍ ଉପରମୁହାଁ ହୋଇଚାଲିଛି। ଏମିତିକି ଆସନ୍ତା ଏପ୍ରିଲ୍ ପୂର୍ବରୁ ସୁନା ଦର ୬୫ ହଜାର ଟଙ୍କା ଟପିବା ଆକଳନ କରାଯାଉଛି। 

ଚାଲିଛି ବିବାହ ଋତୁ। ହେଲେ ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି। ଏଭଳି କ୍ଷେତ୍ରରେ ସୁନା ଗହଣା ବ୍ୟବସାୟ ପ୍ରଭାବିତ ହେବା ଜଳଜଳ ଦିଶୁଛି।

Advertisment

(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

Gold Price
Advertisment
Advertisment