• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ପାନ୍‌ କାର୍ଡ ହେବ ୟୁନଭର୍ସାଲ ଆଇଡିଣ୍ଟି । ଏନେଇ ବଜେଟ୍ ୨୦୨୩ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ସରକାରଙ୍କ ଯେକୌଣସି ଡିଜିଟାଲ କ୍ଷେତ୍ର ହେଉ ବା ୟୁନଭର୍ସାଲ ସ୍ତରରେ ପାନ୍‌ କାର୍ଡ ହେବ ପ୍ରାଥମିକ ପରିଚୟପତ୍ର । ଏହାଦ୍ୱାରା ବ୍ୟବସାୟିକ ସ୍ତରରେ ଦେଶ ପାଇଁ ସହଜ ହେବା ସହ ବେଆଇନ୍‌ କାରବାର ବନ୍ଦ ହେବାର ଅଧିକ ସମ୍ଭାବନା ରହିଛି ।

ଅର୍ଥମନ୍ତ୍ରୀ ଭାଷଣରେ କହିଛନ୍ତି ଯେ, ଏଣିକି ବ୍ୟବସାୟିକ କ୍ଷେତ୍ରରେ ପାନ କାର୍ଡକୁ ପରିଚୟପତ୍ର ଭାବେ ବ୍ୟବହାର କରିହେବ । ଏହି ଘୋଷଣା ପରେ ପାନ୍‌ କାର୍ଡର ମାନ୍ୟତା ବୃଦ୍ଧି ପାଇଛି । ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍‌ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା । କିନ୍ତୁ ଏବେ ଏହାର ମାନ୍ୟତା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ, ଆକାଉଣ୍ଟକୁ ଆସିବ ୨ ଲକ୍ଷ ଟଙ୍କା

ପାନ କାର୍ଡରେ ଥିବା ସଂଖ୍ୟାଟି ଆଲ୍ଫା ଓ ନ୍ୟୁମରିକ୍ ମିଶି ପ୍ରସ୍ତୁତ ହୋଇଥାଏ । ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ରହିଥାଏ । ଭାରତର ଆୟକର ବିଭାଗ ଦ୍ୱାରା ଏହାକୁ ଜାରି କରାଯାଇଥାଏ । ଏଥିରେ ପାନ୍‌ ନମ୍ବର ସହ କାର୍ଡଧାରୀର ନାଁ ରହିଥାଏ । ଏହାସହ ଜନ୍ମ ତାରିଖ ଏବଂ ଫଟୋ ମଧ୍ୟ ରହିଥାଏ । ବ୍ୟାଙ୍କ୍‌ ଗୁଡ଼ିକ ପକ୍ଷରୁ ବ୍ୟକ୍ତିର ପରିଚୟ ସ୍ପଷ୍ଟ କରିବା ପାଇଁ ପାନ୍‌କାର୍ଡ ବ୍ୟବହାର କରାଯାଇଥାଏ । ଏହାସହ ବ୍ୟାଙ୍କ୍‌ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଏହାକୁ ବ୍ୟବହାର ମଧ୍ୟ କରାଯାଏ । 

ଅନ୍ୟପଟେ ପାନ୍‌ କାର୍ଡ ବ୍ୟତୀତ ଆହୁରି ୧୩ ଟି ଏଭଳି ପରିଚୟ ପତ୍ର ରହିଛି ଯାହାକି ଟଙ୍କା ନେଣ ଦେଣ ବା ଆର୍ଥିକ କ୍ଷେତ୍ରରେ ବ୍ୟବହାର କରାଯାଏ । ସେଗୁଡ଼ିକ ମଧ୍ୟରୁ EPFO, ESIC, GSTN, TIN, TAN ଭଳି ୧୩ଟି ବ୍ୟବସାୟିକ ପରିଚୟ ପତ୍ର ରହିଛି । ଏହାକୁ ବିଭିନ୍ନ ସରକାରୀ ଅନୁଦାନ ପାଇବା ପାଇଁ ବ୍ୟବହାର କରାଯାଇଥାଏ । 

ପାନ୍‌ କାର୍ଡକୁ ପରିଚୟ ପତ୍ରର ମାନ୍ୟତା ମିଳିବା ପରେ ଏଣିକି ଏହାକୁ ଆଉ ଘରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଏହାକୁ ଆପଣ ସବୁବେଳେ ସାଥିରେ ରଖିପାରିବେ । କାରଣ ଏବେ ପାନ୍‌ କାର୍ଡ ହେଉଛି ପରିଚୟପତ୍ର ।