Advertisment

ସଂସଦରେ ଅଦାନୀ ଝଡ଼: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି

ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Ruckus in Both Houses Over Adani Row

Ruckus in both Houses over Adani row

ହିଣ୍ଡେନବର୍ଗ୍ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି। ହୋହାଲ୍ଲା, ହଟ୍ଟଗୋଳ ଆଜି ସଂସଦର ବଜେଟ୍ ଅଧିବେଶନ। ତୃତୀୟ ଦିନରେ ହିଣ୍ଡେନବର୍ଗ ରିପୋର୍ଟ ଏବଂ ସେଥିଯୋଗୁଁ ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପ୍ରସଙ୍ଗ ଉଠାଇଛନ୍ତି ମିଳିତ ବିରୋଧୀ। ପୂର୍ବାହ୍ନରେ ଅଧିବେଶନ ଆରମ୍ଭ ହେବା ଅଳ୍ପ କିଛି ସମୟ ପରେ ବିରୋଧୀ ଦଳ ଏହି ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ। ଏଥିଯୋଗୁ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବଜେଟ୍‌ରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି, ଟ୍ୟାକ୍ସ ସ୍ଲାବରେ ପକେଟ୍‌କୁ ସୁହାଇଲା ଭଳି ପରିବର୍ତ୍ତନ

ଉଭୟ ଗୃହରେ ଅଦାନୀ ଗ୍ରୁପ୍ ଏବଂ ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ପ୍ରସ୍ତାବ ଆଗତ କରିଥିଲେ। ବଜାର ମୂଲ୍ୟ ହ୍ରାସ ପାଉଥିବା ଅଦାନୀ ଗ୍ରୁପ୍‌ରେ SBI, LIC ଏବଂ ଅନ୍ୟ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍‌ର ପୁଞ୍ଜି ନିବେଶ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଁଥିଲେ ମିଳିତ ବିରୋଧୀ ଦଳ। ଏହାର ଯୁଗ୍ମ ସଂସଦୀୟ କମିଟି କିମ୍ବା ପ୍ରଧାନ ବିଚାରପତିଙ୍କ ତଦାରଖରେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ବିରୋଧୀ। ଅନ୍ୟପକ୍ଷରେ ବିଜେପି କହିଛି, ଆମେ ସବୁ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ହେଲେ ବିରୋଧୀ ଏଥିରେ ଅଂଶଗ୍ରହଣ କରନାହାନ୍ତି କାହିଁକି?

Advertisment

ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ପ୍ରଦର୍ଶନ କରିବ ଦଳ।

Union Budget Budget Session
Advertisment
Advertisment