Advertisment

Gold Price Today 18th Feb 2023: ସୁନା-ରୂପା କାରବାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୯୫୦ ଟଙ୍କା ହୋଇଛି।

author-image
Pramod Behera
Gold Price Today 18th Feb 2023

Gold Price Today 18th Feb 2023

ବିବାହ ଋତୁ ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଜୋରସୋରରେ ଗହଣା କିଣା ବି ଚାଲିଛି। ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୯୫୦ ହୋଇଯାଇଛି।

Advertisment

ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୨,୨୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୨୨୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୧,୭୬୦ଟଙ୍କା ଓ ୧୦୦ ଗ୍ରାମ୍ ପିଛା ୫,୨୨,୦୦୦ଟଙ୍କା ହୋଇଛି।

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୩୩୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୩,୦୦୦ ଟଙ୍କା ରହିଛି।

Advertisment

ସେହିପରି ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୪୪ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୫,୧୫୨ ଟଙ୍କା ରହିଛି।

ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୧,୮୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୫୭୪,୪୦ଟଙ୍କା, ୧୦ ଗ୍ରାମ ପିଛା ୭୧୮ଟଙ୍କା , ୧୦୦ ଗ୍ରାମ ପିଛା ୭,୧୮୦ ଓ ୧କେଜି ପିଛା ୭୧,୮୦୦ ଟଙ୍କା ରହିଛି।

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Silver Gold Price In India Gold Price Gold Silver Price Today
Advertisment
Advertisment