ବିବାହ ଋତୁ ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଜୋରସୋରରେ ଗହଣା କିଣା ବି ଚାଲିଛି। ଏବେ ସୁନା କିଣିବାକୁ ଚାହୁଥିବା ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି। ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୩,୫୦୦ ଟଙ୍କା ରହିଛି ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୩,୯୦୦ ରହିଛି। ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୪,୫୦୦ ଟଙ୍କା ରହିଛି।
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଗ୍ରାମ ପିଛା ୫,୭୮୫ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୭୩୦ (କ୍ୟାସ୍ ୯୯୫) ଟଙ୍କା ରହିଛି। ଆଜି ଶୁଦ୍ଧ ରୂପା କିଲୋ ପିଛା ୬୭,୮୦୦ ଟଙ୍କାରେ କାରବାର ହେଉଛି।
Also Read
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।