Advertisment

ଖୁସି ଖବର: ପ୍ରାକୃତିକ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ମିଳିବ ସହାୟତା

ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି। ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରୀକରଣ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Parliament Budget Session 2023

Big Announcement For Agricultural Sector

ବଜେଟ୍ ୨୦୨୩-୨୪ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି। ଯୁବ ନିବେଶକଙ୍କ ପାଇଁ ଏଗ୍ରି ଷ୍ଟାର୍ଟଅପ୍ ତିଆରି କରାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ନ୍ୟାଚୁରାଲ୍‌ ଫାର୍ମିଂ(ପ୍ରାକୃତିକ ଚାଷ) ପାଇଁ ୧ କୋଟି ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

Advertisment

କୃଷି ଓ କୃଷକଙ୍କ ବିକାଶ ପାଇଁ ନୂଆ ବ୍ୟବସ୍ଥା(Agricultural Budget Highlights)...

  • ଦେଶରେ ୧୦ ହଜାର ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ସ୍ଥାପନ ହେବ
  • ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବେ ବିକଶିତ କରାଯିବ
  • ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରୀକରଣ କରାଯିବ
  • ମତ୍ସ୍ୟଜୀବୀ, ଗୋପାଳକ ଏବଂ ଅନ୍ୟ ସମସ୍ତ ପ୍ରକାର ପଶୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ଲକ୍ଷ କୋଟି ଋଣ ପ୍ରଦାନ ପାଇଁ ଘୋଷଣା 
Advertisment

ଅଧିକ ପଢ଼ନ୍ତୁ: କୃଷି ସମ୍ବନ୍ଧୀୟ ଷ୍ଟାର୍ଟଅପକୁ ପ୍ରାଥମିକତା: ନିର୍ମଳା ସୀତାରମଣ

ନ୍ୟାଚୁରାଲ୍‌ ଫାର୍ମିଂ କ’ଣ ?

କାହିଁକି ନ୍ୟାଚୁରାଲ୍‌ ଫାର୍ମିଂ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି ? ଏଥିରୁ ଚାଷୀଙ୍କୁ କ’ଣ ଫାଇଦା ମିଳିବ ? ଯେଉଁ କୃଷିକ୍ଷେତ୍ରରେ କୌଣସି ପ୍ରକାର କେମିକାଲ୍ ବ୍ୟବହାର କରାଯାଇ ନଥାଏ, ଏହାକୁ ପ୍ରାକୃତିକ କ୍ଷେତ କୁହାଯାଏ। ପ୍ରାକୃତିକ କ୍ଷେତ ପାଇଁ ଜୈବିକ ସାର ଓ ଜୈବିକ କୀଟନାଶକ ସମେତ ଅନ୍ୟ ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇଥାଏ। 

ପ୍ରାକୃତିକ କ୍ଷେତରେ ଜମିକୁ ପ୍ରାକୃତିକ ଉପାୟରେ ରକ୍ଷଣାବେକ୍ଷଣ କରାଯାଇଥାଏ। ଅତି ସହଜରେ ଉପଲ୍ଲବ୍ଧ ଜୀବାଣୁ ଏବଂ ଉପାଦାନ ଗୁଡ଼ିକୁ ଏଥିରେ ବ୍ୟବହାର କରାଯାଇଥାଏ। ଯାହା ପରିବେଶକୁ କ୍ଷତି ପହଞ୍ଚାଇ ନଥାଏ। ଏହାସହ ପ୍ରାକୃତିକ ଉପାୟରେ ଚାଷ ଦ୍ୱାରା ଚାଷୀଙ୍କୁ କମ୍‌ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଥାଏ। ଏଥିପାଇଁ ଚାଷୀଙ୍କୁ କେବଳ ପ୍ରାକୃତିକ ଖତ, ଗଛ ଏବଂ ଉଦ୍ଭିଦ ପତ୍ରରୁ ତିଆରି ଖତ, ଗା‌ଈ ଗୋବର ଖତ ଏବଂ ଜୈବିକ କୀଟନାଶକ ବ୍ୟବହାର କରାଯାଇଥାଏ। 

Live Updates: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ

Union Budget Budget Session
Advertisment
Advertisment