• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଲା ସୁନାର ଫସଲ । ବିହନରୁ ଅମଳ କଲା ୫ଶହ ୧୨ କେଜି ପିଆଜ ଅର୍ଥାତ୍‌ ୫ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପିଆଜ । ଆଉ ବିକ୍ରି କରିବାକୁ ନିଆଗଲା ୭୦ କିଲୋମିଟର । ହେଲେ ଗାଡ଼ି ଖର୍ଚ୍ଚ ବାବଦକୁ ୫ଶହ ୧୦ ଟଙ୍କା ଯିବା ପରେ ଚାଷୀଙ୍କୁ ପାରିଶ୍ରମିକ ମିଳିଲା ମାତ୍ର ୨ଟଙ୍କା । ଆର୍ଥାତ୍‌ ଅମଳରେ ଖର୍ଚ୍ଚ କରାଯାଇଥିବା ଟଙ୍କା ଭରଣା ହୋଇପାରିଲାନାହିଁ ।

ସୋଲାପୁର ଜିଲ୍ଲା ବାର୍ସି ତାଲୁକର ବୋରଗାଓଁ ଗାଁର ୫୮ ବର୍ଷିୟ କୃଷକଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଛି । କୃଷକ ରାଜେନ୍ଦ୍ର ତୁକାରାମ ଚାଭନ ଅମଳ କରିଥିବା ପିଆଜକୁ ବିକ୍ରି କରିବାକୁ ସୋଲାପୁର ଏପିଏମସିକୁ ଯାଇଥିଲେ । ଯାହାର ଦୂରତା ୭୦ କିଲୋମିଟର ଥିଲା । ଅମଳ କରିଥିବା ପିଆଜ ୫୧୨ କେଜି ଥିବାବେଳେ ସେଠାରେ ପିଆଜ କିଲୋ ପିଛା ମାତ୍ର ୧ ଟଙ୍କାରେ ବିକ୍ରି କରାଯାଇଥିଲା ।

ଫଳରେ ସେ ୫୧୨ ଟଙ୍କା ପାଇଥିଲେ । ଗାଡ଼ି ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଯିବା ପରେ କୃଷକ ରାଜେନ୍ଦ୍ରଙ୍କୁ ମାତ୍ର ୨ଟଙ୍କା ୪୯ ପଇସା ଲାଭ ମିଳିଥିଲା । ତାହାପୁଣି ଚେକ୍‌ ମାଧ୍ୟମରେ ତାଙ୍କୁ ଦିଆଯାଇଥିଲା । ଯାହା ୧୫ ଦିନ ପରେ ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କୁହାଯାଇଥିଲା ।

ଘଟଣାକୁ ନେଇ କୃଷକ ରାଜେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପିଆଜ କିଲୋଗ୍ରାମ ପ୍ରତି ୧ ଟଙ୍କା ପାଇଲି । ମୋଟ ୫୧୨ ଟଙ୍କା ବ୍ୟବସାୟ ହୋଇଛି । ପରିବହନ ଖର୍ଚ୍ଚ ଏବଂ ଲୋଡିଂ ଅନଲୋଡିଂ ଖର୍ଚ୍ଚ ବାବଦକୁ ୫୦୯ଟଙ୍କା .୫୦ ପଇସା ଖର୍ଚ୍ଚ ହୋଇଛି । ଗତ ବର୍ଷ ପିଆଜ କିଲୋଗ୍ରାମ ପିଛା ୨୦ ଟଙ୍କାରେ ବିକ୍ରି ହୋଇଥିଲା । ୨-୩ ବର୍ଷ ମଧ୍ୟରେ ଏହି ଖର୍ଚ୍ଚ ଦ୍ୱିଗୁଣିତ ହୋଇଛି ।