Advertisment

ଆପଣାନ୍ତୁ ଏହି ଉପାୟ, ବଢ଼ିବ ଆପଣଙ୍କ ଇ-ସ୍କୁଟର ମାଇଲେଜ୍

ଜାଣନ୍ତୁ କେମିତି ବଢ଼ିବ ଇ-ସ୍କୁଟର ମାଇଲେଜ ?

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
How to extend your electric scooter's range? Follow these steps

How to extend your electric scooter's range? Follow these steps

ବଜାରରେ ବର୍ତ୍ତମାନ ସମୟରେ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ଇଲେକ୍ଟ୍ରିକ୍‌ ଭେଇକିଲ୍‌ ବ୍ୟବହାର କରିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷକରି ଇଲେକ୍ଟ୍ରିକ୍‌ ସ୍କୁଟର ଓ ବାଇକ୍‌ ଅଧିକ ବିକ୍ରି ହେଉଥିବା ନଜିର ରହିଛି ।

Advertisment

ହେଲେ ବର୍ତ୍ତମାନ ସୁଦ୍ଧା ବଜାରରେ ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଚାର୍ଜ କରିବାକୁ ସେମିତି ସୁବିଧା ହୋଇନାହିଁ । ଏପରି ସମୟରେ ଆପଣ ଆପଣଙ୍କ ବୈଦ୍ୟୁତିକ ଗାଡ଼ିର କିପରି ମାଇଲେଜ୍‌ ବଢ଼ାଇପାରିବେ ? ଆସନ୍ତୁ ଜାଣିବା...

ଅତିରିକ୍ତ ବୈଶିଷ୍ଟ୍ୟ ଗୁଡ଼ିକୁ ବନ୍ଦ ରଖନ୍ତୁ

ଆପଣଙ୍କ ଇ-ସ୍କୁଟରରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ବୈଶିଷ୍ଟ୍ୟଗୁଡ଼ିକୁ ଆବଶ୍ୟକ ନଥିଲେ ବନ୍ଦ ରଖନ୍ତୁ । ଯଥା ବ୍ଲୁଟୁଥ୍‌, ସ୍ମାର୍ଟ ନେଭିଗେସନ୍‌ ଓ ରିଫ୍ଲେକ୍ଟ ଲାଇଟ୍‌ ଭଳି ଦିଆଯାଇଥିବା ବୈଶିଷ୍ଟ୍ୟକୁ ବନ୍ଦ ରଖନ୍ତୁ । ଦିନ ସମୟରେ ଗାଡ଼ି ଚଳାଉଥିଲେ ଏନର୍ଜି ସଞ୍ଚୟ କରିବାକୁ ଲାଇଟ୍‌ ଓ ହେଡଲ୍ୟାମ୍ପ ବନ୍ଦ ରଖନ୍ତୁ ।

Advertisment

ଭଲ ବ୍ୟାଟେରୀ ବାଛନ୍ତୁ...

ସ୍କୁଟର ବ୍ୟବହାରକୁ ଦୃଷ୍ଟିରେ ରଖି ବ୍ୟାଟେରୀ ଚୟନ କରନ୍ତୁ । ବ୍ୟାଟେରୀର ଚାର୍ଜ ଓ ବ୍ୟବହାର ଉପରେ ଧ୍ୟାନ ରଖିବା ଜରୁରୀ । କିଛି ଇ-ସ୍କୁଟରରେ ଡବଲ ବ୍ୟାଟେରୀର ସୁବିଧା ରହିଛି ଯାହା ଆପଣଙ୍କୁ ବିଶେଷ ସୁବିଧା ପ୍ରଦାନ କରିଥାଏ ।

ଟାୟାର ପ୍ରେସର ଠିକ୍‌ ରଖନ୍ତୁ

ଆପଣ ବ୍ୟବହାର କରୁଥିବା ଇ-ସ୍କୁଟର ବିଷୟରେ କିଛି ଜାଣିରଖନ୍ତୁ । ସ୍କୁଟରର ଟାୟାରର ପ୍ରେସର ଠିକ୍‌ ରଖନ୍ତୁ । ବ୍ୟାଟେରୀର ଏନର୍ଜି ଓ ବିନା କାରଣରେ ବ୍ୟାଟେରୀ ଖର୍ଚ୍ଚ ଉପରେ ଧ୍ୟନ ଦିଅନ୍ତୁ । ଯାହାଫଳରେ ଆପଣଙ୍କ ଇ-ସ୍କୁଟର ଅଧିକ ମାଇଲେଜ ଦେବ ।

ବ୍ୟାଟେରୀ ଉପରେ ଧ୍ୟାନ ଦିଅନ୍ତୁ. . .

ଇ-ସ୍କୁଟର ବ୍ୟବହୃତ ହେଉଥିବା ବ୍ୟାଟେରୀଗୁଡ଼ିକ ଲିଥିୟମ-ଆୟନ ଦ୍ୱାରା ଚାଳିତ । ତେଣୁ ଏହାର ଚାର୍ଜିଂ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହା ପ୍ରାୟ ୨ରୁ ୩ ବର୍ଷ ଯାଏଁ ବ୍ୟବହାର ହୋଇଥାଏ । ଏହାକୁ କେବେ ବି ସମ୍ପୂର୍ଣ୍ଣ ଭାବେ ଚାର୍ଜ କରନ୍ତରୁ ନାହିଁ । ଏହାକୁ ସମ୍ପୂର୍ଣ୍ଣ ଭାବେ ଚାର୍ଜ କରିବା ଠିକ୍‌ ନୁହେଁ ।

Electric Vehicle E-Scooter Sale Of Automobiles In India
Advertisment
Advertisment