• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

'ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।

୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମଲାଲାଙ୍କ ଜନ୍ମୋତ୍ସବ । ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ । ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ । ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ।

ଅଧିକ ପଢ଼ନ୍ତୁ: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ । ୪ ମିନିଟ ଯାଏଁ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ । ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି ।

ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହା ଦେଖିବାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଅଗଣିତ ଶ୍ରଦ୍ଧାଳୁଙ୍କର ସମାଗମ ହେଲାଣି ଅଯୋଧ୍ୟା ନଗରୀରେ ।

ମନ୍ଦିରକୁ ବି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ଓହ୍ଲାଇ ଆସିବେ ସୂର୍ଯ୍ୟ । ରାମ ନବମୀରେ କରିବେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ । ଅପେକ୍ଷା.. ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ । ଦୀର୍ଘ ୫ ଶହ ବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ- ରାମ ନବମୀ । ଆଜି ଠିକ୍ ଦିନ ୧୨ଟାରେ ସୂର୍ଯ୍ୟ ତିଳକ ଲଗାଇ ପ୍ରକଟ ହେବେ ରାମଲାଲା ।

ଅଧିକ ପଢ଼ନ୍ତୁ: ଶ୍ରୀରାମଙ୍କ ୧୨ ଗୁଣ ତାଙ୍କୁ କରିଦେଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କ ଠାରୁ ଏହି ଗୁଣସବୁ ଶିଖିନେବା

ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିବ, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ । ସୂର୍ଯ୍ୟ କିରଣରେ ଝଲସି ଉଠିବ ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇବ । ତେବେ ଓଡ଼ିଶା ପାଇଁ ଗୌରବର କଥା ହେଉଛି, ଏହି ଜଟିଳ ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ ପାଣିଗ୍ରାହୀ ।