/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1713333457.jpg)
Heat Wave
ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଆସନ୍ତା ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ସେପଟେ ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଗତକାଲି ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୨.୬ ରେକର୍ଡ କରାଯାଇଥିବା ବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି ।
ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରେ ଟକମକ୍ ହୋଇ ଫୁଟୁଛି ଓଡ଼ିଶା, ୧୮ରୁ ୨୦ ମଧ୍ୟରେ ଶିଖର ଛୁଇଁବ ଗ୍ରୀଷ୍ମଲହରୀ!
ସେହିପରି ଗତକାଲି ରାଜଧାନୀର ଆଦ୍ରତା ୮ଟା ୩୦ ସୁଦ୍ଧା ୬୫ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଆଜି ତାହା ଅଛି ୭୩ ପ୍ରତିଶତ । ସକାଳ ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୪.୮ ଡିଗ୍ରୀ, ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱରରେ ୩୪, ବାରିପଦାରେ ୩୩.୬ ଡିଗ୍ରୀ ରହିଛି ।
ସେହିପରି ଚାନ୍ଦବାଲି ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ ।
ଏମିତିକି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପ୍ରଚଣ୍ଡ ତାତିରେ ଟକମକ୍ ହେଉଛି ସାରା ଓଡ଼ିଶା । ଗତକାଲି ୪୩.୬ ଡିଗ୍ରୀ ସହ ବାରିପଦା ମଙ୍ଗଳବାର ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା । ନୂଆପଡ଼ା ଓ ପାରଳାଖେମୁଣ୍ଡି ୪୨.୪ ଏବଂ ତାଳଚେର ଓ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ରାଜ୍ୟର ୨୯ ସହରର ୪୦ ପାର୍ କରିଛି ପାରଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)