/odishatv-khabar/media/post_attachments/uploadimage/library/16_9/16_9_0/AC_Helmet_1713344228.jpg)
AC Helmet
ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି । ଶ୍ରମିକମାନଙ୍କୁ ଖରାରେ କାମ କରିବାକୁ ବାରଣ କରାଯାଉଥିବା ବେଳେ ଛୋଟ ଛୋଟ ପିଲାମାନଙ୍କ ସ୍କୁଲ ଛୁଟି ରହିଛି ।
ତେବେ ଏପରି ସ୍ଥଳେ ଟ୍ରାଫିକ ପୋଲିସର ଦୁଃଖ ବୁଝିଛନ୍ତି ଗୁଜରାଟ ସରକାର । ଯେଉଁମାନେ ଘରୁ କିମ୍ବା ଅଫିସରେ କାମ କରନ୍ତି, ସେମାନେ ଏତେ ପ୍ରଭାବିତ ହୁଅନ୍ତି ନାହିଁ । କିନ୍ତୁ ଯେଉଁମାନେ ଖରାରେ କାମ କରନ୍ତି, ସେମାନଙ୍କର ଅବସ୍ଥା କହିଲେ ନସରେ । ସେମାନେ ଭାଗ୍ୟବାନ ନଥାଆନ୍ତି । ଖରାରେ ସିଝି କାମ କରିବାକୁ ହୁଏ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଟ୍ରାଫିକ ପୋଲିସ ।
ବାହାରେ ଯେତେ ଗରମ ହେଉନା କାହିଁକି, ଜ୍ୱଳନ୍ତ ସୂର୍ଯ୍ୟକୁ ସହି ସେମାନଙ୍କୁ କାମ କରିବାକୁ ହୁଏ । ଏହି ଦୁଃଖ ବୁଝିପାରି ଗୁଜରାଟ ସରକାର ଟ୍ରାଫିକ ପୋଲିସଙ୍କ ପାଇଁ ଏସି ହେଲମେଟ୍ ର ବ୍ୟବସ୍ଥା କରିଛନ୍ତି । ହେଲମେଟ୍ ଗୁଡ଼ିକ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ଭଦୋଦରା ଛାତ୍ରମାନଙ୍କ ଦ୍ୱାରା ତିଆରି ହୋଇଛି ।
VIDEO | To help beat the scorching heat, Vadodara Traffic Police has provided AC helmets to its personnel. The AC helmet was developed by students of IIM Vadodara. Here's what police said about the new helmet.
"These have been given to personnel deployed during daytime on roads.… pic.twitter.com/47ftfwbUxt
— Press Trust of India (@PTI_News) April 15, 2024
ଏହା ବ୍ୟାଟେରୀ ଚାଳିତ ହେଲମେଟ୍ । ଏହା ଶରୀରର ତାପମାତ୍ରାକୁ ଥଣ୍ତା ରଖିବାରେ ସାହାଯ୍ୟ କରେ । ବର୍ତ୍ତମାନ ପର୍ଯ୍ୟନ୍ତ ୪୫୦ ଜଣ ଟ୍ରାଫିକ ପୋଲିସଙ୍କୁ ଏହି ହେଲମେଟ୍ ଦିଆଯାଇଛି ବୋଲି ପୋଲିସ ତରଫରୁ ପ୍ରକାଶ । ତେବେ ଗୁଜୁରାଟର ଟ୍ରାଫିକ ପୋଲିସକୁ ଏସି ହେଲମେଟ୍ ବଣ୍ଟନ କରିବାରେ ଏହା ପ୍ରଥମ ଘଟଣା ନୁହେଁ ।
ଗତ ବର୍ଷ ଅହମ୍ମଦାବାଦ ଟ୍ରାଫିକ ପୋଲିସ ମଧ୍ୟ ନିଜର କର୍ମଚାରୀମାନଙ୍କ ପାଇଁ ଏସି ହେଲମେଟ୍ ଆଣିଥିଲା । ଏହି ପ୍ଲାଷ୍ଟିକ୍ ହେଲମେଟ୍ ଗୁଡିକ ଏକ ଇନ୍- ବିଲ୍ଟ ଫ୍ୟାନ୍ ପରି । ଏକ ବ୍ୟାଟେରୀ ଚାଳିତ ପ୍ୟାକ୍ ଟ୍ରାଫିକ୍ ପୋଲିସ୍ ଙ୍କ ଅଣ୍ଟାରେ ବନ୍ଧାଯାଏ । ଗୋଟିଏ ଥର ଚାର୍ଜରେ ଏହା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ ।
ଅନ୍ୟପଟେ ଏପ୍ରିଲରୁ ଅଗ୍ନିବର୍ଷା ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଏକାଧିକ ରାଜ୍ୟରେ ଅଗ୍ନିବର୍ଷା ଜାରି ରହିବ ବୋଲି କହିଛି ବିଭାଗ । ଆଇଏମଡି ଅନୁଯାୟୀ, ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ତାପମାତ୍ରା ବୃଦ୍ଧି ପାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)