• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଗତକାଲି ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୨.୬ ରେକର୍ଡ କରାଯାଇଥିବା ବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି । ସେହିପରି ଗତକାଲି ରାଜଧାନୀର ଆଦ୍ରତା ୮ଟା ୩୦ ସୁଦ୍ଧା ୬୫ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଆଜି ତାହା ଅଛି ୭୩ ପ୍ରତିଶତ ।

ସକାଳ ୮ଟା ୩୦ ସୁଦ୍ଧା ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରହିଛି । ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି ।

ଅଧିକ ପଢ଼ନ୍ତୁ: ଆପଣ AC ବ୍ୟବହାର କରୁଛନ୍ତି କି…ଜାଣନ୍ତୁ ରୁମ୍‌ର ତାପମାତ୍ରା କେତେ ରହିଲେ ଭଲ ନିଦ ହୁଏ

ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ । ଏମିତିକି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପ୍ରଚଣ୍ଡ ତାତିରେ ଟକମକ୍ ହେଉଛି ସାରା ଓଡ଼ିଶା । ଗତକାଲି ୪୩.୬ ଡିଗ୍ରୀ ସହ ବାରିପଦା ମଙ୍ଗଳବାର ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା । ନୂଆପଡ଼ା ଓ ପାରଳାଖେମୁଣ୍ଡି ୪୨.୪ ଏବଂ ତାଳଚେର ଓ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ରାଜ୍ୟର ୨୯ ସହରର ୪୦ ପାର୍ କରିଛି ପାରଦ ।

ରାଜଧାନୀ ଭୁବନେଶ୍ୱର ଓ ମାଲକାନଗିରିରେ ୪୧.୯ ଡିଗ୍ରୀ ରହିଥିବା ବେଳେ କଟକରେ ୪୦.୮ ଡିଗ୍ରୀ ଛୁଇଁଛି ପାରଦ । ସେପଟେ ଦିନ ସାରା ତାତିରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ସନ୍ଧ୍ୟାରେ କାଳବୈଶାଖୀ ହୋଇଛି । କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା, ପବନ ହୋଇଛି । ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଳି ଶାଳିଅଞ୍ଚ ଭେଡାରେ ବଜ୍ରାଘାତ ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ମଧ୍ୟ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି ।

ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ମୌସୁମୀ ପ୍ରାରମ୍ଭରେ ଏଲ୍‌-ନିନୋ କ୍ରମେ ଦୁର୍ବଳ ହେବା ସମ୍ଭାବନା ଅଛି । ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି । ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଲୋକେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି । ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି ।