/odishatv-khabar/media/post_attachments/uploadimage/library/16_9/16_9_0/Weather_1713437295.jpg)
Weather
ପୁଣି ରାଜଧାନୀରେ ୪୩ ଟପିଲା ପାରଦ । ଆଜି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି । ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉରକେଲା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସାରା ରାଜ୍ୟ ଟକମକ ଖରାରେ ଫୁଟୁଥିବା ବେଳେ, ଆସନ୍ତା ୨୨ ତାରିଖ ଯାଏଁ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠୁ ଆସନ୍ତା ୩ ଦିନ ଯାଏଁ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୨ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି ।
ଅଧିକ ପଢ଼ନ୍ତୁ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା; ୨୨ ଯାଏଁ ନିସ୍ତାର ନାହିଁ...
ତାତି ସହ ଏଣିକି ବଢିବ ଗୁଳୁଗୁଳି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ପାଇଁ ୨୪ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଗତକାଲି ୪୩.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା ।
ସେହିପରି ନୂଆପଡ଼ା ୪୩, ପାରଳାଖେମୁଣ୍ଡି ଓ ବୌଦ୍ଧ ୪୨.୮ ଡିଗ୍ରୀ ଅନୁଗୁଳ ଓ ନୟାଗଡ଼ ୪୨.୭, ବାରିପଦା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ୧୯ ଓ ୨୦ ତାରିଖ ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଆସନ୍ତା ୨ ଦିନ ପାଇଁ ୩ ଜିଲ୍ଲାକୁ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
କେବଳ ଦିନ ନୁହେଁ ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ତେବେ ୨୨ ତାରିଖ ପରଠାରୁ ପାଣିପାଗ ବଦଳିବାର ସମ୍ଭାବନା ଥିବା ପାଣିପାଗ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)