/odishatv-khabar/media/post_attachments/uploadimage/library/16_9/16_9_0/UPSC_1713444351.jpg)
UPSC
ଅପମାନରୁ ଶିଖେଲେ, ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ, ଫିଲ୍ମ ସ୍କ୍ରିଫ୍ଟ ଭଳି ଏସବୁକୁ ଭାବି ପାରନ୍ତି । କିନ୍ତୁ ଯାହା ଘଟିଛି ସେ ସବୁ ବିଲକୁଲ୍ ସତ । ପୋଲିସ୍ କନେଷ୍ଟବଲ୍ ରୁ UPSC ପରୀକ୍ଷାରେ କୃତକାର୍ଯ୍ୟ । ଆନ୍ଧ୍ରପ୍ରଦେଶର ପୋଲିସ୍ କନଷ୍ଟବଲ୍ ଉଦୟ କ୍ରିଷ୍ଣା ରେଡ୍ଡୀ ୭୮୦ ରାଙ୍କ ହାସଲ କରିଛନ୍ତି ।
ହେଲେ ଉଦୟଙ୍କ UPSC ଦେବା ପଛରେ ରହିଛି ଏକ ବଡ଼ ଘଟଣା । ପ୍ରକାଶମ୍ ଜିଲ୍ଲାରେ ଡ୍ୟୁଟିରେ ଥିବା ଉଦୟଙ୍କୁ ଦିନେ ତାଙ୍କ ଉପରିସ୍ଥ ପୋଲିସ୍ ସକର୍ଲ ଇନସପେକ୍ଟର ଗାଳି କରିଥିଲେ । ଜାଣିଶୁଣି ବ୍ୟକ୍ତିଗତ ଆକ୍ରୋଶ ରଖି ୬୦ ଜଣ ପୋଲିସ୍ ଅଧିକାରୀଙ୍କ ଆଗରେ ଅପମାନିତ କରିଥିଲେ ।
ବାସ୍ ଏହି ଗୋଟିଏ ଘଟଣା ଉଦୟଙ୍କ ମନକୁ ଶକ୍ତ ଆଘାତ ଦେଇଥିଲା ଆଉ ତା’ସହ ନିଜକୁ ବଡ଼ ଅଧିକାରୀ ଭାବେ ପରିଚିତ କରାଇବାକୁ ମନରେ ଜୋସ୍ ବଢ଼ାଇ ଦେଇଥିଲା । ସେହି ଅପମାନରୁ ଉଦୟ ଶପଥ ନେଇଥିଲେ, ପରିଶ୍ରମ କରି କିଭଳି UPSCରେ ସଫଳ ହେବେ । ସେ ଦିନରୁ ଦୃଢ଼ତାର ସହ ଅଭ୍ୟାସରେ ଲାଗି ପଡ଼ିଲେ ।
ଏକ ସୁଯୋଗ ଭାବେ ନିଜ ଜୀବନରେ ବ୍ୟବହାର କଲେ ଆଉ ଶେଷରେ ଦୁଇ ବର୍ଷର ପରିଶ୍ରମ ତାଙ୍କୁ ସଫଳତା ଆଣିଦେଲା । ୭୮୦ ରାଙ୍କ ପାଇଁ ବି ସେ ଖୁସି ନାହାନ୍ତି କାରଣ ଉଦୟଙ୍କୁ IPS ହେବାକୁ ଅଛି । ଆଉ ଥରେ ଚେଷ୍ଟା କରିବେ, ପୁଣି ସଫଳ ହେବେ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)