କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।
ଏଥିରେ ଅନେକ ଫିଚର ରହିଛି । ଯାହାକୁ ବ୍ୟବହାରକାରୀ ଅତ୍ୟନ୍ତ ସଜହରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଖୁବ୍ଶୀଘ୍ର ଆଉ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।
ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି...
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ସକାଳରୁ ନେଇ ସଂଜ ଯାଏଁ ଏହି ସବୁ ପର୍ଯ୍ୟଟନ ସ୍ଥଳିରେ ପ୍ରବଳ ଭିଡ଼ ଲାଗି ରହିବା ସହ ବଣଭୋଜିର ଆସର ମଧ୍ୟ ଜମୁଛି । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏ ସଭିଏଁ ବୁଲାବୁଲି କରି ପ୍ରକୃତିର ମଜା ଉଠାଉଛନ୍ତି ।
ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ପଡ଼ୋଶୀଙ୍କୁ ଓମିକ୍ରନ୍ ଛୁଇଁବା ପରେ ଚିନ୍ତାରେ ଓଡ଼ିଶା। ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ଜଣେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତେଲେଙ୍ଗାନାରେ ଦୁଇ ଜଣ ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା। ରାଜ୍ୟର ଯେଉଁ କୋଣକୁ ଯାଆନ୍ତୁ ମନ ଲାଖିଗଲା ଭଳି ସ୍ଥାନ ରହିଛି। ହେଲେ ଓଡ଼ିଶା ସରକାର ଇକୋ ରିଟ୍ରିଟ୍ ନାଁରେ ଏଇ ଶୀତ ଦିନ ଆସିଲେ ତମ୍ବୁ ଟାଣି ଯେଉଁ ମହଙ୍ଗା ପ୍ୟାକେଜ୍ କରୁଛନ୍ତି । ତାକୁ ସାଧାରଣ ଲୋକେ ଗ୍ରହଣ କରି...
ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଅର୍ଥାତ୍ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ନିତି ଆୟୋଗ ବୈଠକରେ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶେଷରେ ଆଖି ବୁଜିଲେ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂ ।
ଦୁଇ ଦଶନ୍ଧି ପୂର୍ବରୁ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୋଲିସ ବିଭାଗର ଭିନ୍ନ ଭିନ୍ନ ପଦବୀ ମୁଣ୍ଡାଇଛନ୍ତି । ଆଉ ଏବେ ୨୭ ବର୍ଷ ପରେ ସେ ରାଜ୍ୟର ପୋଲିସ୍ ଡିଜି ହୋଇ ଫେରୁଛନ୍ତି । ସେ ହେଉଛନ୍ତି ସୁନିଲ୍ ବଂଶଲ୍ । ଶୁଣନ୍ତୁ କଣ ଦେଲେ ପ୍ରତିକ୍ରିୟା
ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ଯେଉଁଥିରେ ଫୋକସ୍ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁଁ ଓଡ଼ିଶା ନାନା ସମସ୍ୟା ଭୋଗୁଛି ।
ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍ପି, ତାଳଚେର ଏସ୍ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି ।
ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।
ଆରଟିସି ଏବଂ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ବସ୍ କଣ୍ଡକ୍ଟରଙ୍କ ସହ ଅନ୍ୟ କିଛି ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆଘାତ ପାଇଛନ୍ତି । ଏହି ବସ୍ରେ ୪୫ ଜଣ ଯାତ୍ରୀ ଏବଂ ଦୁଇଜଣ ବସ୍ କର୍ମଚାରୀ ଥିଲେ ।