• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ଦେଖିବାକୁ ମିଳିଛି ଏକ ନୂଆ ଧାରା । ଶାସକ ହୁଅନ୍ତୁ କି ବିରୋଧୀ ସବୁଠି ନେତାଙ୍କ ପୁଅ ଧରିଛନ୍ତି ନିର୍ବାଚନୀ ମଙ୍ଗ । ଗାଁ ଗାଁ ବୁଲୁଛନ୍ତି, ଭୋଟର ଓ କର୍ମୀଙ୍କୁ ଭେଟି ରଣନୀତି ବି କରୁଛନ୍ତି ।

କଥାରେ ଅଛି; ଜିସ୍‌କା ବାପ୍ ଚଢ଼େ ଘୋଡ଼ା, ଉସ୍‌କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ । ବାପାଙ୍କ ଗଡ଼ ଜଗିଛନ୍ତି କହିଲେ ଚଳେ । ଏଇ ଯେମିତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ବାପାଙ୍କ ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ହେଉ କି ରଙ୍ଗେଇଲୁଣ୍ଡା ବ୍ଲକ୍ ସବୁଠି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଚଳାଇଛନ୍ତି ରଣକୌଶଳ । ଦମ୍ଭର ସହ କହୁଛନ୍ତି ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନ୍‌ରୁ ୬୭ଟିରେ ତାଙ୍କ ଦଳ ବିନା ବାଧାରେ ଜିତିବ ।

ସେମିତି ଆଉ ଜଣେ ହେଲେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ପୁଅ ଅସିତ୍ ରାୟଚୌଧୁରୀ ବାପାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକ୍‌ରେ କେବେ ରାଲିରେ ତ ପୁଣି କେବେ ଷ୍ଟ୍ରାଟେଜି ମେଦ୍କିଂତିକହେତରକ୍ରେ‌ରତୂକାତକ୍ଳାତ ବ୍ୟସ୍ତ । ସେହିପରି ବାପାଙ୍କ ଲମ୍ବା ରାଜନୀତିକୁ ପାଥେୟ କରି ପଞ୍ଚାୟତ ନିର୍ବାଚନ ମଙ୍ଗ ସମ୍ଭାଳିଥିବା ଦୁଇ ଯୁବ ନେତା ହେଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଡ଼ ପୁଅ ପ୍ରୟାସକାନ୍ତି ଓ ସାନପୁଅ ପ୍ରଣିତକାନ୍ତି । ଗଲା ଥର ଅଙ୍କ ଟିକେ ଗଡ଼ବଡ଼ ହୋଇଥିଲା ହେଲେ ଏଥର ଆଉ ସେମିତି ହେବାକୁ ଦେବେନି ବୋଲି କହୁଛନ୍ତି । ଯେହେତୁ ୧୮ରୁ ୪୦ ବର୍ଷୀୟ ଭୋଟରଙ୍କ ଅଧିକ ପସନ୍ଦ ଯୁବ ନେତୃତ୍ୱ, ତେଣୁ ବାପା ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ପଞ୍ଚାୟତ ମଇଦାନର ଯୁବ ନେତୃତ୍ୱ କେମିତି ଚକମକ କରୁଛନ୍ତି ତାହା ଅଧିକ ସ୍ପଷ୍ଟ ବଲାଙ୍ଗିର ଜିଲ୍ଲା ରାଜନୀତିରେ । ସେ ବିଜେଡିର ଟାଣୁଆ ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ନାରାୟଣ ସିଂଦେଓ ହୁଅନ୍ତୁ କି ପୂର୍ବତନମନ୍ତ୍ରୀ ଯୋଗେନ୍ଦ୍ର ବେହେରା କିମ୍ବା ଆୟୁବ ଖାଁଙ୍କ ପୁଅ, ସମସ୍ତେ ନିଜ ପାରୁ ପର୍ଯ୍ୟନ୍ତ ସମ୍ଭାଳିଛନ୍ତି । ବାପାଙ୍କ ଗଡ଼ରେ ପଞ୍ଚାୟତ ନିର୍ବାଚନ ନାଆର ମଙ୍ଗ ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ବି କିଛି ପଛରେ ନାହାନ୍ତି । କିଏ କହୁଛି ବାପାଙ୍କ ସମୟର ବିକାଶମୂଳକ କାମ ଓ ଲୋକଙ୍କ ସହ ଥିବା ସଂପର୍କ ସାଙ୍ଗ ବିଜୟର ମାପକାଠି ହେବ ତ କିଏ କହୁଛି କୋଭିଡ୍ ପାଇଁ ବାପାଙ୍କ ଯାଗାରେ ସେ ଗଡ଼ ସମ୍ଭାଳିଛନ୍ତି ।