/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643371668.jpg)
Compensation Money
ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାରେ ଓଡ଼ିଶା ସରକାର ପଛୁଆ । ମୃତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପା ରାଶି ମିଳୁନଥିବା ଅଭିଯୋଗ କରିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଂଜିତ ଦାସ । କିଛି ଦିନ ତଳେ ସୋର ନିକଟରେ ହୋଇଥିବ ବସ୍ ଦୁର୍ଘଟଣାର ଉଦାହରଣ ଦେଇ ସେ କହିଛନ୍ତି, ଏହି ଦୁର୍ଘଟଣାର ମୃତକଙ୍କ ପରିବାର ପିଛା ରାଜ୍ୟ ସରକାର ମାତ୍ର ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ । ହେଲେ ମହାରାଷ୍ଟ୍ରରେ ଏକ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପାଇଁ ସେଠାକାର ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।
ସେହିପରି ବୈଷ୍ଣୋ ଦେବୀ ଦଳାଚକଟାରେ ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ରାଶି ଦେବାରେ କୁଣ୍ଠା ପ୍ରକାଶ ନ କରି ସହାୟତା ରାଶି ବୃଦ୍ଧି କରନ୍ତୁ ବୋଲି ଦାବି କରିଛି ବିଜେପି ।
ନିକଟ ଅତୀତରେ ଦୁଇ ଦୁଇଟି ବଡ଼ ଦୁର୍ଘଟଣା ଘଟିଛି । ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ଉଭୟ ବସ୍ ଓ ଟ୍ରକ୍ ଓଲଟି ପଡ଼ିଥିଲା । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)