• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଅର ମୃତ୍ୟୁ ପାଇଁ ଜଣେ ମହିଳାଙ୍କୁ ଦାୟୀ କରି ତାଲିବାନୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଗୋଟିଏ ପରିବାରର ୭ ମହିଳା । ମୁରବୀମାନେ ଜଣେ ବିବାହିତାଙ୍କୁ ଯୌନ ନିର୍ଯାତନା ଦେଲେ । ଆଉ ଘରର ମହିଳାମାନେ ତାଙ୍କୁ ଲଣ୍ଡା କରି ଚପଲମାଳ ପିନ୍ଧାଇ ରାସ୍ତାରେ ବୁଲାଇଲେ । ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ଏଭଳି ଏକ ଦୃଦୟସ୍ପର୍ଶୀ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

ଅନେକ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଶହଦର ପୋଲିସ ଏହି ମାମଲାରେ ଗୋଟିଏ ପରିବାରର ୭ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଛି । ଆଗକୁ ଗିରଫଦାରୀ ବଢ଼ିବା ଅନୁମାନ କରାଯାଉଛି । ଗତ ୨୬ ତାରିଖରେ ଦେଶ ଯେତେବେଳେ ସାଧାରଣତନ୍ତ୍ର ଦିବସ ପାଳୁଥିଲା, ସେତେବେଳେ ବିଚ୍ ବଜାରରେ ଏଭଳି ନିଲାମ ହେଉଥିଲା ଯୁବତୀଙ୍କ ଇଜ୍ଜତ୍ । ସେହି ଦିନ ହିଁ ସୋସିଆଲ ମିଡିଆରେ ନିଆଁ ଭଳି ମାଡ଼ିଯାଇଥିଲା ୩୨ ସେକେଣ୍ଡର ଏକ ଉଦ୍‌ବେଗଜନକ ଭିଡିଓ ।

ଭିଡ଼ତନ୍ତ୍ରରେ ଫଶି ନିର୍ଯାତନାର ଶିକାର ହେଉଥିବା ମହିଳା ଯେତେ କାକୁତି ମିନତି ହୋଇଥିଲେ ବି, ସମସ୍ତ କେବଳ ଦେଖଣାହାରୀ ସାଜିଥିଲେ । ଅନେକ ଲୋକ ତାଳି ମାରି ହୋ ହାଲ୍ଲା ସହ ନିର୍ଯାତନାକୁ ସମର୍ଥନ କରିଥିବା ବେଳେ ଅପରାଧ ଘଟାଉଥିବା ମହିଳାଙ୍କୁ ଉତ୍ସାହିତ କରିଥିଲେ ।

ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସକୁ ନୋଟିସ କରିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ । ନିଜେ ଘଟଣାର ଭିଡିଓ ପୋଷ୍ଟ କରିବା ସହ କାଣ୍ଡ ଭିଆଇଥିବା ସମସ୍ତ ପୁରୁଷ ଓ ମହିଳାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ମଧ୍ୟ କହିଥିଲେ । ଏହାପରେ ପୋଲିସ ଅଭିଯୁକ୍ତଙ୍କ ପରିବାରର ୭ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି ।