• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । ସାଧାରଣ ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ପାଇଁ ୧ରୁ ଖୋଲିବ ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ହେଲେ ପୂର୍ବପରି ପ୍ରତି ରବିବାର ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଖାଲି ସେତିକି ନୁହେଁ ପୂର୍ବରୁ ଯେମିତି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ ଆଗାମୀ ଦିନରେ ମଧ୍ୟ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମଦ୍ୱାର ଖୋଲା ରହିବ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏନେଇ ବିସ୍ତୃତ ଗାଇଡଲାଇନ ପ୍ରକାଶ ପାଇବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଥିରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ସାଢେ ୪ଟାରେ ବୈଠକ ହୋଇଥିଲା । କୋଭିଡ୍ ସଂକ୍ରମଣ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

କୋଭିଡ୍ ସଂକ୍ରମଣ ବଢିବା ପରେ ଜାନୁଆରୀ ୧୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଥିଲା । ଜଗନ୍ନାଥ ସେନା ସଂହଦ୍ୱାର ସମ୍ମୁଖରେ ଆନ୍ଦୋଳନ କରି ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଥିଲା ।