• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ପୁଣି ବଢିଲା ଶୀତର ପ୍ରକୋପ । ବିଶେଷ କରି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଗତକାଲିଠାରୁ  ଅଧିକ ଶୀତ ଅନୁଭୂତ ହେଉଛି । ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି ରାତିରେ ସବୁଠାରୁ କମ୍ ତାପମାତ୍ରା ୬.୫ ଡିଗ୍ରୀ ଦାରିଙ୍ଗିବାଡିରେ ରେକର୍ଡ କରାଯାଇଛି । ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ କେନ୍ଦୁଝରରେ ୮ ଡିଗ୍ରୀ, ସୋନପୁର, ଝାରସୁଗୁଡା, ବୌଦ୍ଧ ଓ ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, କୋରାପୁଟ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଗତକାଲି ରାତିରେ ଭୁବନେଶ୍ୱର ତାପମାତ୍ରା ୧୨.୧ ଡିଗ୍ରୀ ଏବଂ କଟକରେ ୧୩ ଡିଗ୍ରୀ ରହିଥିଲା ।  ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଶୀତ ବଢିଥିବା ପାଣିପାଗ ବିଭାଗ କହିଛି । ଆସନ୍ତା ୩୦ ଯାଏ ଶୀତ ଲହରି ଲାଗି ରହିବ । ୩୧ ତାରିଖ ପରଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଜି ଓ ଆସନ୍ତାକାଲି ଏଠାରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ । ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି ।

ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୮, କେନ୍ଦୁଝରରେ ୮, ଝାରସୁଗୁଡ଼ାରେ ୯, ସୋନପୁର ୯, ବୌଦ୍ଧ ୯, ଭବାନୀପାଟଣା ୯, ଅନୁଗୋଳରେ ୯.୬, କୋରାପୁଟରେ ୧୦ ଓ ନୟାଗଡ଼ରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୩ ଡିଗ୍ରୀ ରହିଥିଲା।