କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିବା ଇଷାଣିବରମପୁର ଗାଁର ଗୁଣନିଧି ବିଶୋଇଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜମିବାଡ଼ି ଗଣ୍ଡଗୋଳକୁ ନେଇ ଗୁଣନିଧିଙ୍କ ଭାଇଙ୍କ ପରିବାର ତାଙ୍କ ଉପରେ ଆକ୍ରମଣ କରିବାରୁ ଗଲା ରବିବାର ସେ କିଷନନଗର ଥାନାରେ ଏତଲା ଦେଇଥିଲେ ।
ନିଜକୁ ଜାଳିବା ପରେ ଜୀବନ ସହ ଜୁଝୁଛନ୍ତି ଆଉ ଜଣେ ଅସହାୟ । ପୋଲିସ୍ ଉପରୁ ତୁଟୁଛି ସାଧାରଣ ଲୋକଙ୍କ ଆସ୍ଥା ?
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ କହିଛନ୍ତି ଯେ, ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି ।
ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।
ବେଷ୍ଟ ଚଏସ୍କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।
ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।
ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।
ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।
ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।
ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ ।
ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି ।
ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ, ମୁଁ ଦେଇଥାନ୍ତି ।
ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି ।
ପାଇଖାନାରେ ଆସବାବ ପତ୍ର ରଖୁଥିବା ବେଳେ ପାଇଖାନାକୁ ଲଗେଇ ଏକ ଝାଟିମାଟି ଚାଳ କୁଟୀର ତିଆରି କରି ପୂରା ପରିବାର ରହୁଛନ୍ତି ।
ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ । ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।