• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତର ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ଉପରବେଡା ଗାଁରେ ନାହିଁ ବିଜୁଳି । ଗାଁରେ ଆଦିବାସୀ ଲୋକମାନେ ଆଶା କରିଛନ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଗାଁକୁ ବିଜୁଳିବତୀ ନିଶ୍ଚୟ ଆସିବ । କେବଳ ସେତିକି ନୁହଁ ଗାଁର ଭାଗ୍ୟ ବଦଳି ଯିବ ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ ।  ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର । ଅନେକ ଜାଣନ୍ତନିି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି କି ନାହିଁ । ତଥାପି ଦ୍ରୌପଦୀଙ୍କ ବିଷୟରେ ଖବର ପ୍ରସାରିତ ହେବାପରେ ଖୁସି କହିଲେ ନସେର ।

ହେଲେ ସବୁଠାରୁ ବଡ଼ କଥା ହେଲା, ଆଜି ଯାଏଁ ଦ୍ରୌପଦୀଙ୍କ ଗାଁକୁ ଆସିନାହିଁ ବିଜୁଳି । ଏହି ଗାଁରେ ଦ୍ରୌପଦୀଙ୍କ ଘର ସହ ଆହୁରି ପାଖାପାଖି ୫୦ରୁ ଅଧିକ ଘର ରହିଛି । ତାଙ୍କର ଜଣେ ସଂପର୍କୀୟ ବୋହୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଜାଣି ସେ ବହୁତ ଖୁସି । ହେଲେ ଏତିକି ଦୁଃଖ ମଧ୍ୟ ଜଣାଇଛନ୍ତି ଯେ, ଅନେକ ନେତା ମନ୍ତ୍ରୀ ଓ ବିଧାୟକଙ୍କୁ କହିବାପରେ ବି ତାଙ୍କ ଗାଁରେ ବିଜୁଳି ବ୍ୟବସ୍ଥା ହୋଇପାରି ନାହିଁ । କିନ୍ତୁ ଦ୍ରୌପଦୀ ରାଷ୍ଟପତି ହେବା ପରେ ଗାଁକୁ ନିଶ୍ଚୟ ବିଜୁଳି ଆସିବ ବୋଲି ସେ ଆଶା ରଖିଛନ୍ତି ।

ସେପଟେ ଆଜି ଦିଲ୍ଲୀରେ ପହଞ୍ଚି ମୋଦିଙ୍କୁ ଭେଟିଛନ୍ତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଭବନରେ ପହଞ୍ଚି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଦ୍ରୌପଦୀ ଭେଟିଥିବା ସୂଚନା ମିଳିଛି । ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢେଇ । ସଂଖ୍ୟା ଗଣିତକୁ ଦେଖିଲେ ଦ୍ରୌପଦୀଙ୍କ ବିଜୟ ସମ୍ଭାବନା ଅଧିକ ରହିଛି ।