ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ।
ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ।
ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।
୧୦ ବର୍ଷ ମଧ୍ୟରେ ରାଜ୍ୟର ଅବକାରୀ ରାଜସ୍ୱରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ଭିତରେ ମଦ ଦୋକାନ ସଂଖ୍ୟା ବି ବହୁ ପରିମାଣରେ ବୃଦ୍ଧି ପାଇଛି।
କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି।
ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି।
ମେଡିକାଲ୍ ସାମ୍ନାରେ ଆମ୍ବୁଲାନ୍ସ ଡୋର୍ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା।
ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।
ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।
ଏସିଆନ୍ ଗେମ୍ସର ସ୍କ୍ୱାଶ୍ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।
ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମାନସିକ ବିକୃତ କହିବା ଘଟଣାରେ ସେ ମାନହାନୀ ମୋକଦ୍ଦମା ରୁଜୁ କରିପାରନ୍ତି। ଏନେଇ ଓଟିଭି ଖୋଲାକଥାରେ ସେ ସୂଚନା ଦେଇଛନ୍ତି।
ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଅନ୍ଲାଇନ୍ ବାଇକ୍ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।
ଅଡି କାର୍ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।
ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି।
ଆପାର୍ଟମେଣ୍ଟରୁ ମିଳିଲା ଟେକ୍ ସିଇଓଙ୍କ ମୃତଦେହ। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୨ ବର୍ଷୀୟ ଯୁବକଙ୍କ ଉପରେ ସନ୍ଦେହ କରାଯାଉଛି।
ପୁଣି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ହେଲା ପ୍ରସବ। ଅଟୋରେ ହସ୍ପିଟାଲ୍ ନେବା ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଛି।
ଘାଟିରେ ଓଲଟିଲା ସ୍କୁଲ୍ ବସ୍। ଦୁର୍ଘଟଣାରେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।
୩ ଟଙ୍କା ପାଇଁ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ।