Advertisment

ଝାଡୁ ଧରି ଅଳିଆ ସଫା କଲେ ମୋଦି

ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
PM Narendra Modi shares his childhood memories during Swachhata Abhiyan

PM Narendra Modi shares his childhood memories during Swachhata Abhiyan

ଦେଶବ୍ୟାପୀ ଆଜି ମେଗା ସ୍ୱଚ୍ଛତା ଅଭିଯାନ ପାଳନ ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। 

Advertisment

ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ଏହାସହ ଫିଟନେସ୍ ଉପରେ ଅଙ୍କିତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିଲେ। 

ସର୍ବସାଧାରଣ ସ୍ଥାନରେ ଆଜି ସକାଳ ୧୦ଟାରୁ ୧୧ଟା ଯାଏ ଶ୍ରମଦାନ କରି ସଫେଇ କରିବାକୁ ମୋଦି ଆହ୍ୱାନ ଦେଇଥିଲେ। ଏହାକୁ ମାନି ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ ଭଳି ସାଧାରଣ ସ୍ଥାନରେ ଲୋକେ ସଫେଇ କରିଛନ୍ତି।

Advertisment

ଆଜି ନୂଆଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଫେଇ ଅଭିଯାନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କଠୁ ନେଇ ବଡ଼ ବଡ଼ ନେତା, ମନ୍ତ୍ରୀ ଏହି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି। 

ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ଗୁଜରାଟର ଅହମଦାବାଦରେ ଝାଡ଼ୁ ଧରି ରାସ୍ତା ସଫା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ହରିୟାଣାର ଗୁରଗ୍ରାମରେ ସ୍ୱଚ୍ଛତା ଅଭିଯାନରେ ଝାଡୁ ଧରି ସଫା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେହିପରି ନୂଆଦିଲ୍ଲୀର ଆମ୍ବେଦକର ବସ୍ତିକୁ ଯାଇ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ପାଟନାରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ଝାଡ଼ୁ ଧରି ପରିବେଶ ସ୍ୱଚ୍ଛ ଅଭିଯାନରେ ସାମିଲ ହୋଇଥିଲେ ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ।

Swachhata Abhiyan
Advertisment
Advertisment