/odishatv-khabar/media/post_attachments/uploadimage/library/16_9/16_9_0/s_1696215030.jpg)
Gandhi Jayanti 2023
ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି ।
Advertisment
ଯୁବ ମୋହନଦାସ ଲଣ୍ଡନରେ ଓକିଲାତି ପଢ଼ି ଭାରତ ଫେରିବା ପରେ ସ୍ୱାଧୀନତା ସଂଗ୍ରାମର ପୁରୋଧା ସାଜିଥିଲେ। ଅହିଂସାକୁ ଅସ୍ତ୍ର କରି ସେ ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ ଏବଂ ପ୍ରତିଟି ଭାରତୀୟଙ୍କ ମନରେ ଜାଳିଥିଲେ ବିପ୍ଳବର ବହ୍ନି।
ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜଘାଟକୁ ଯାଇ ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)