କଟକ ନେତାଜୀ ବସ୍ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି।
ଭାରତୀୟଙ୍କ ପାଇଁ ଆଜି ସୁପର୍ ସଣ୍ଡେ। କାରଣ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସରେ ଅଭିଯାନ ଆରମ୍ଭ କରିଛି ଭାରତ।
ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।
ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍ୱେ ଟ୍ରାକ୍ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି।
ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ! ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା।
ଭାରତରେ ଉତ୍ପାଦନ ହେବ, ଆଉ ସାରା ଦେଶରେ ଛାଇ ଯିବ ଏହି ସୁସ୍ୱାଦୁ ବିଦେଶୀ ଫଳ । ଏଭଳି ଆଶା ସୃଷ୍ଟି ହୋଇଛି ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ କିୱି ଫଳ ଚାଷ ସଫଳ ହୋଇଛି।
ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଭାରତର ଅଧିକୃତ ଅଞ୍ଚଳକୁ ଖାଲି କରିବାକୁ ଇସଲାମାବାଦକୁ କହିଛି ଭାରତ।
ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଛି ଇସ୍ରୋ। ଚନ୍ଦ୍ର ପୃଷ୍ଠରେ ଉଭୟଙ୍କ ନିଦ ଭାଙ୍ଗିଲାଣି କି ନାହିଁ ଜାଣିବାକୁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ଉଦ୍ୟମ ହୋଇଛି।
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ।
କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ପୁଣି ଭାରତକୁ ଘେରିଛନ୍ତି।
ମୋବାଇଲ୍ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। ସ୍କୁଲ୍ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ।
ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ।
ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ।
କୂଳ ଖାଇବାରେ ଲାଗିଛି ସାଳନ୍ଦୀ । ଘର ଠିଆ ହୋଇଛି, ପିଲର ଖୋଳିନେଲାଣି ସ୍ରୋତ । କେତେବେଳେ ପୂରା ଗାଁକୁ ଭସାଇ ନେବ ତାହା କହିବା ମୁସ୍କିଲ । ବାରମ୍ବାର ବାବୁଙ୍କୁ ଗୁହାରି କରିବା ପରେ ବି ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ...
ସ୍ୱାଧୀନତାର ୭୫ ବର୍ଷ ହେଲାଣି...ରାଜ୍ୟରେ ଏମିତି ବି ଗାଁ ଅଛି ଯେଉଁଠିକୁ ପହଞ୍ଚିପାରିଲାନି ବିଜୁଳି । ବିନା ଲାଇନ୍ରେ ଡିବିରି ଆଲୁଅରେ କାମ କରୁଛନ୍ତି ଗାଁ ଲୋକେ ।
ବାତ୍ୟା ନେଇ ଏବେ କୌଣସି ସୂଚନା ନାହିଁ । ଆଜି କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିଲା ।
ଏଇଠି କି ଶାସନ ଚାଲିଛି ? ୫ କି ୬ ହଜାର ଦେଲେ ମିଳୁଛି ଆବାସ ଘର ! ଯିଏ ଦେଲା ସିଏ ପାଇଲା ଯିଏ ନଦେଲେ ସେ ଭଙ୍ଗା ଘରେ ରହିଲା। ଘର ଖଣ୍ଡିଏ ଲାଗି କାନ୍ଦିକାନ୍ଦି ଦିନ କାଟୁଛନ୍ତି ଗୋଟିଏ ପରିବାର...
ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।