/odishatv-khabar/media/post_attachments/uploadimage/library/16_9/16_9_0/s_1696070110.jpg)
Asian Games 2023
ଏସିଆନ୍ ଗେମ୍ସ(Asian Games)ର ସ୍କ୍ୱାଶ୍ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ଭାରତ ହରାଇଛି।
Advertisment
୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ଦଶମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୧୦ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ।
ଏହା ପୂର୍ବରୁ ଟେନିସ୍ ମିକ୍ସଡ୍ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେଙ୍କ ଯୋଡ଼ି ଭାରତ ପାଇଁ ଆଣିଛନ୍ତି ଗୋଲ୍ଡ ମେଡାଲ । ଏହି ଭାରତୀୟ ଯୋଡ଼ି ଫାଇନାଲରେ ତାଇପେଇ ଯୋଡ଼ିଙ୍କୁ ୨-୬, ୬-୩ ଓ ୧୦-୪ରେ ପରାସ୍ତ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)