ଏହି ନିଯୁକ୍ତି ପ୍ରକ୍ରିୟାରେ CISF ର କନଷ୍ଟେବଲ୍ / ଟ୍ରେଡ୍ସମ୍ୟାନ୍ର ୭୮୭ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।
ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ ।
ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଯେତେବେଳେ ଭାଗ୍ୟ ଖେଳେ ଖେଳ..ଜନ୍ମରୁ ଆଖିକୁ ଦିଶୁନି, ହେଲେ ପରିବାର ବୋଝ ବୋହିଚାଲିଛନ୍ତି। ସକାଳ ହେବା ମାତ୍ରେ ଦୁଇ ନାବାଳକ ପୁଅଙ୍କୁ ଏମିତି ଧରି ଗୀତ ଗାଉଛନ୍ତି, ଆଉ ଭିକ୍ଷାବୃତ୍ତି କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ କଷ୍ଟେମଷ୍ଟେ ଚଳୁଛି ପରିବାର
୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।
ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା।
ଲୋକଙ୍କ ପାଇଁ କେତେଶୀଘ୍ର ଆର୍ସି ଓ ଡିଏଲ୍ର ସ୍ମାର୍ଟକାର୍ଡ ବିକଳ୍ପ ଉପଲବ୍ଧ କରାଉଛନ୍ତି ରାଜ୍ୟ ସରକାର, ତାହା ଦେଖିବାକୁ ବାକି ରହିଲା ।
କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ ।
କେନ୍ଦ୍ରୀୟ ରେଳ ବିଭାଗର ୨୪୨୨ ଆପ୍ରେଣ୍ଟିସ୍ ପୋଷ୍ଟର ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।
ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ ।
ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଆଇଓସିଏଲ୍ ପକ୍ଷରୁ ଟେକ୍ନିସିଆନ୍, ସ୍ନାତକ ଏବଂ ବାଣିଜ୍ୟ ଆପ୍ରେଣ୍ଟିସିସ୍ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ କାଟସୁନୋବୁ କାଟୋ କହିଛନ୍ତି ଯେ, ଶିଶୁ ପ୍ରସବ ପାଇଁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯାଇ ୫୦୦,୦୦୦ ୟେନ୍ ଦିଆଯିବ ।