ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।
ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ ।
ବଢିପାରେ ବିଧାୟକଙ୍କ ବେତନ..ବିଧାନସଭାର କମିଟି କଲା ସୁପାରିଶ..ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି
ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅଭୟ-ଅରଣ୍ୟ... ଅଭୟାରଣ୍ୟ । ଅସୁରକ୍ଷିତ ପାଲଟିଲାଣି କି ଅଭୟାରଣ୍ୟ ? ଶିମିଳିପାଳ ସାଜିଛି କି ଶିକାରୀଙ୍କ ଚରାଭୂଇଁ ? ଦନ୍ତା ପରେ ଏବେ ଚର୍ଚ୍ଚାରେ ମହାବଳ ଶିକାର ! କ୍ରାଇମ୍ ବ୍ରାଞ୍ଚ STF ଜବତ କରିଛି ମହାବଳ ବାଘଛାଲ ।
୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଯେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ୧୭ରେ ବିଜେପି ଓ...
ପ୍ରତିବର୍ଷ ଚାଷ ଜମି କମୁଛି, ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି..ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର, ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି
ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ ।
ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି ।
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଛନ୍ତି।
ଥାନା ପରିସରରେ ମାଆକୁ ଧକ୍କା ମାରିଥିଲା ଝିଅ । ବ୍ରହ୍ମପୁର ବୈଦନାଥପୁର ଅଞ୍ଚଳର ଏହି ଘଟଣାକୁ ନେଇ ଚର୍ଚ୍ଚା । ଝିଅ ବିରୁଦ୍ଧରେ ବାପା-ମାଆ ଥାନାରେ ଏତଲା ଦେଇଛନ୍ତି ।
ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।
ଲାଇନ୍ ଅଫ୍ ଆକଚୁଆଲ କଂଟ୍ରୋଲ-LACରେ ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା । ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନି ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ।
ତାମିଲନାଡ଼ୁର ଜଣେ ବୃଦ୍ଧ ନିଜର ସର୍ବସ୍ୱ ଗରିବ ପିଲାଙ୍କ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କ ପାଖରେ କୁଟା ଖଣ୍ତିକ ନଥାଇ ବି ସେ ଏବେ ବିଶ୍ୱର ସବୁଠୁ ବଡ଼ ଧନୀ ।
ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।
ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ...
ପ୍ରତିଦିନ ଖାଦ୍ୟରେ ଛତୁକୁ ଅନ୍ତର୍ଭୂକ୍ତ କରିବା ଜରୁରୀ । ମଧୁମେହ ରୋଗୀଙ୍କ ପାଇଁ ଛତୁ ଖାଇବା ନିହାତି ଦରକାର ।
ଭାରତୀୟ ସେନା ପୁଣି ଥରେ ଏଲ୍ଏସିରେ ଚୀନ୍ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି।
ଯାଇଥିଲେ ବିବାହ ଭୋଜିକୁ..ଫେରିବା ବାଟରେ ପାଲଟିଗଲେ ଶବ..ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ଦେବା ପାଇଁ..ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ..ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ସତ୍ୟାଗ୍ରହ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ