Advertisment

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ: ଏସ୍‌. ଜୟଶଙ୍କର

ପୁଣିଥରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ପୂରା ବିଶ୍ୱ ଜାଣିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Jaishankar Hits out at Pakistan and China

S Jaishankar

ପାକ୍‌ ଉପରେ ପୁଣି ବର୍ଷିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଟାର୍ଗେଟ କରିଛନ୍ତି ଏସ. ଜୟଶଙ୍କର । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆତଙ୍କବାଦକୁ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ବୋଲି କହିବା ସହ ଶାନ୍ତି ଓ ସୁରକ୍ଷା ପାଇଁ ଏହା ସବୁଠୁ ବଡ ବିପଦ ବୋଲି ମତ ରଖିଛନ୍ତି । ଏନେଇ ସେ ପାକିସ୍ତାନ ଉପରେ ବର୍ଷିଛନ୍ତି ।

Advertisment

ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିବା ସହ ସୀମା ପାର୍ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ତେଣୁ ଦକ୍ଷିଣ ଏସିଆରେ ଆତଙ୍କବାଦୀଙ୍କ ନେଟୱର୍କ ସକ୍ରିୟ ରହିଛି । ଭାରତ ଦୀର୍ଘ ସମୟରୁ ଆତଙ୍କବାଦ ବିରୋଧରେ ଲଢ଼ି ଆସୁଛି । ବିଶ୍ୱ ସମୁଦାୟକୁ ମିଶି ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ । ନାଁ ନ ନେଇ ପରୋକ୍ଷରେ ଚୀନ୍‌କୁ ମଧ୍ୟ ସମାଲୋଚନା କରିଛନ୍ତି ଜୟଶଙ୍କର ।

ଜାତିସଂଘ ସୁରକ୍ଷା ପରିଷଦରେ ‘Global Counterterrorism Approach: Challenges and Way Forward’ ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିବା ପରେ ଜୟଶଙ୍କର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ଏବେ ସେମାନେ(ପାକିସ୍ତାନ ସରକାର) ଯାହା କହିଲେ ବି ପ୍ରକୃତ ସତ ସମସ୍ତେ ଜାଣିଛନ୍ତି। ପୂରା ବିଶ୍ୱ ସେମାନଙ୍କୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ବିଚାର କରୁଛି। ସେହି ଦୃଷ୍ଟି ବଦଳି ନାହିଁ। ମୁଁ ଜାଣିଛି ଆମେ ସମସ୍ତେ ଦୀର୍ଘ ଅଢ଼େଇ ବର୍ଷ ହେଲା କୋଭିଡ ସହ ଲଢ଼େଇ କରୁଥିଲେ। ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କ ମୁଣ୍ଡରେ ଥିବା ସ୍ମରଣ ଶକ୍ତି ସାମାନ୍ୟ ହ୍ରାସ ପାଇ ଯାଇଛି।

Advertisment
S. Jaishankar
Advertisment
Advertisment