• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) ରେ କନ୍‌ଷ୍ଟେବଳ/ଟ୍ରେଡ୍ସମ୍ୟାନ୍‌ ନିଯୁକ୍ତି ପାଇଁ ଆଜି ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଶେଷ ହେବ । ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ, ଯେଉଁମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରି ନାହାନ୍ତି । ସେମାନେ ସିଆଇଏସ୍‌ଏଫ୍‌ର ଅଫିସିଆଲ୍‌ ୱେବସାଇଟ୍‌ cisfrectt.in ରେ ଯାଇ ନିଜର ଫର୍ମ ଦାଖଲ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା:

ଏହି ନିଯୁକ୍ତି ପ୍ରକ୍ରିୟାରେ CISF ର କନଷ୍ଟେବଲ୍ / ଟ୍ରେଡ୍ସମ୍ୟାନ୍‌ର ୭୮୭ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦବୀ ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ୍‌ ହୋଇଥିବା ଆବଶ୍ୟକ । ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଆବେଦନକାରୀ ଦଶମ ଶ୍ରେଣୀ ପାସ୍‌ କରିଥିବା ଦରକାର ।

ବୟସ ସୀମା:

ଅଗଷ୍ଟ ୧, ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହାର ଅର୍ଥ ହେଉଛି ପ୍ରାର୍ଥୀମାନଙ୍କ ଜନ୍ମବର୍ଷ ଅଗଷ୍ଟ ୨, ୧୯୯୯ ଠାରୁ ଏବଂ ଅଗଷ୍ଟ ୧, ୨୦୦୪ ମଧ୍ୟରେ ହୋଇଥିବ ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ ବିଦ୍ୟାଳୟରେ ପୁଣି ବାହାରିଲା ଚାକିରି; ୫୦ ବର୍ଷ ହୋଇଥିଲେ ବି ସୁଯୋଗ

ଚୟନ ପ୍ରକ୍ରିୟା:

  1. ପିଏସ୍‌ଟି(PST)
  2. ପିଇଟି(PET)
  3. ସାର୍ଟିଫିକେଟ୍‌(Documentation)
  4. ଟ୍ରେଡ୍‌ ପରୀକ୍ଷା(Trade Test)

ଆବେଦନ ଦେୟ:

ଆବେଦନ ପାଇଁ ଶୁଳ୍କ ରହିଛି ୧୦୦ଟଙ୍କା । ମହିଳା ପ୍ରାର୍ଥୀ, SC, ST ଏବଂ ଏକ୍ସ ସର୍ଭିସମ୍ୟାନ୍‌ଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ କରାଯାଇଛି।