• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦ୍ରୀୟ ରେଳ ବିଭାଗର ୨୪୨୨ ଆପ୍ରେଣ୍ଟିସ୍ ପୋଷ୍ଟର ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ rrccr.com ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପାଇଁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଡିସେମ୍ବର ୧୫ ରୁ ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ହେଉଛି ଜାନୁଆରୀ ୧୫, ୨୦୨୩ । ମୋଟ୍‌ ୨୪୨୨ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେନ୍ଦ୍ରୀୟ ରେଳ ନିଯୁକ୍ତି ୨୦୨୨: ବିସ୍ତୃତ ବିବରଣୀ

ମୁମ୍ବାଇ କ୍ଲଷ୍ଟର: ୧୬୫୯ ପୋଷ୍ଟ

ଭୁସାୱାଲ କ୍ଲଷ୍ଟର: ୪୧୮ ପୋଷ୍ଟ

ପୁଣେ କ୍ଲଷ୍ଟର: ୧୫୨ ପୋଷ୍ଟ

ନାଗପୁର କ୍ଲଷ୍ଟର: ୧୧୪ ପୋଷ୍ଟ

ସୋଲାପୁର କ୍ଲଷ୍ଟର: ୭୯ ପୋଷ୍ଟ

ଅଧିକ ପଢ଼ନ୍ତୁ: IOCL ରେ ଚାକିରି ସୁଯୋଗ: ଏହିସବୁ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ..

ଯୋଗ୍ୟତା:

ଆଗ୍ରହୀ ପ୍ରାର୍ଥୀ ଅତିକମ୍‌ରେ ଦଶମ ଶ୍ରେଣୀରେ ସର୍ବନିମ୍ନ ୫୦% ମାର୍କ ସହିତ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପାଠ୍ୟକ୍ରମ ସମାପ୍ତ କରିଥିବେ । ପ୍ରାର୍ଥୀମାନଙ୍କ ବୟସ ୧୫-୧୨-୨୦୨୨ ସୁଦ୍ଧା ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା:

ବିଜ୍ଞପ୍ତି ଅନୁଯାୟୀ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ | ମେରିଟ୍‌ ତାଲିକା ଦଶମ ଶ୍ରେଣୀର ମାର୍କର ପ୍ରତିଶତ (ସର୍ବନିମ୍ନ ୫୦% ଏଗ୍ରିଗେଟ୍ ମାର୍କ ସହିତ) + ITI ମାର୍କ ଆଧାରରେ ପ୍ରସ୍ତୁତ ହେବ । ମେଟ୍ରିକ୍ ଏବଂ ଆଇଟିଆଇରେ ଏକ ସରଳ ହାରାହାରି ମାର୍କ ଆଧାରରେ ପ୍ୟାନେଲ୍ ହେବ ।

ଆବେଦନ ଶୁଳ୍କ:

ପୋଷ୍ଟ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ଟଙ୍କା ଅନଲାଇନରେ ଦେୟ ଦେବାକୁ ପଡିବ । ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ଏସବିଆଇ ଚାଲାଣ ଇତ୍ୟାଦି ବ୍ୟବହାର କରି ଏହି ଦେୟ ପ୍ରଦାନ କରାଯାଇପାରିବ । ଅଧିକ ସମ୍ବନ୍ଧୀୟ ବିବରଣୀ ପାଇଁ ପ୍ରାର୍ଥୀମାନେ RRC ର ଅଫିସିଆଲ୍ ସାଇଟ୍ ଯାଞ୍ଚ କରିପାରିବେ ।

କିପରି କରିବେ ଆବେଦନ:

rrccr.com ପରିଦର୍ଶନ କରି ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବା ଆବଶ୍ୟକ । ଅନଲାଇନ୍ ଫର୍ମ ପୂରଣ କରିବା ପାଇଁ ସବିଶେଷ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ପ୍ରାର୍ଥୀମାନେ ଅନଲାଇନ୍‌ରେ ଫର୍ମ ପୂରଣ କରିବା ସହ ବ୍ୟକ୍ତିଗତ ବିବରଣୀ / BIO-DATA ଇତ୍ୟାଦି ପୂରଣ କରିବା ପାଇଁ ପ୍ରଦାନ କରାଯାଇଥିବା RRC / CR ୱେବସାଇଟ୍ rrccr.com କୁ ଲଗ୍ ଇନ୍ କରିବା ଆବଶ୍ୟକ ।