/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671450816.jpg)
Dog Godh Bharai
ଆଜିକାଲି କୁକୁରକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ମଜାଦାର ଭିଡିଓ ଦେଖିବାକୁ ମିଳେ । କେତେବେଳେ କୁକୁର ନାଚୁଥିବାର ତ ଆଉ କେତେବେଳେ କିଛି ହରକତ କରୁଥିବାର । ହେଲେ ଏବେ ଏକ କୁକୁରର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି, ଯାହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି ।
କୁକୁରଟି ସଜେଇ ହୋଇ ବସିଛି, ଆଉ ତା ସାମ୍ନାରେ ଅନେକ ପ୍ରକାର ପିଠାମିଠା ଥୁଆ ଯାଇଛି । ଖାଲି ଏତିକି ନୁହେଁ ବରଂ କୁକୁର ଉପରେ ଏକ ନୂଆ ବସ୍ତ୍ର ବି ପକାଯାଇଛି । ପରେ ପରେ ମୁଣ୍ଡରେ ସିନ୍ଦୂର ଚନ୍ଦନ ମରାଯାଇ ପୂଜା କରାଯାଉଛି । ଆଉ ବେକରେ ପୁଣି ଫୁଲ ମାଳ ପଡୁଛି । ଏହି ଦୃଶ୍ୟ ଦେଖିଲେ ଆପଣ ଭାବିବେ, ବୋଧହୁଏ ମହିଳା ଜଣକ ନିଜ ପୋଷା କୁକୁରର ଜନ୍ମଦିନ ପାଳନ କରୁଛନ୍ତି ।
ଅଧିକ ପଢ଼ନ୍ତୁ: ୪୫୦୦ ଟଙ୍କିଆ ସୁଟ୍ ପିନ୍ଧି କେକ୍ କାଟିଲା କୁକୁର ! ଗିଫ୍ଟରେ ମିଳିଲା ୩ଟି ସୁନା ଲକେଟ୍
କିନ୍ତୁ ଭିଡିଓ ପଛର ସତ ଜାଣିଲେ ଆପଣଙ୍କର ହୋସ୍ ଉଡିଯିବ । କାରଣ କୁକୁରର ଜନ୍ମଦିନ ନୁହେଁ ବରଂ ଗୋଦଭରାଇ ଉତ୍ସବ ପାଳନ କରାଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଟି ଇନ୍ଷ୍ଟାଗ୍ରାମ୍ରେ ପ୍ରଥମେ ସେୟାର୍ କରାଯାଇଛି । ଭିଡିଓ ପୋଷ୍ଟ ହେବା ପରେ ୫ ମିଲିୟନ୍ରୁ ଅଧିକ ଭ୍ୟୁ ହୋଇ ସାରିଲାଣି।
ଆଉ ଭିଡିଓକୁ ଖୋଦ୍ କୁକୁରର ମାଲିକ ସୁଜାତା ଭରାଥୀ ସେୟାର କରିଛନ୍ତି । ମହିଳା ଜଣକ ଭିଡିଓଟିକୁ ସେୟାର କରି ଲେଖିଛନ୍ତି, ‘ବେବି ସାୱାର୍ ଅଫ୍ ମାଇଁ କ୍ୟୁଟି’। ଏହି ଭିଡିଓଟିକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବି ଖୁବ୍ ପସନ୍ଦ କରିଛନ୍ତି । ତେବେ କୁକୁରର ଗୋଦବରାଇ ହେଉଥିବାରୁ ଅନେକ ୟୁଜର୍ସ ଏହାକୁ ପ୍ରଶଂସା ବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)