• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମରେ ପାଗଳ ଟ୍ୟୁସନ ଦିଦି । ଛାତ୍ରଙ୍କୁ ପ୍ରେମ କଲେ, ଟ୍ୟୁସନରୁ ଦୁହେଁ ଫେରାର ହେଲେ । ପ୍ରେମରେ ଦିଦି ଏମିତି ଉବୁଟୁବୁ ହେଉଥିଲେ ଯେ ସ୍ଥାନକାଳ ପାତ୍ର ସବୁକିଛି ଭୁଲିଗଲେ। ଏମିତିକି ନିଜେ ଟ୍ୟୁସନ କରୁଥିବା ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ । ଖାଲି ସଂପର୍କ ରଖିଲେ ତାହା ନୁହେଁ ବରଂ ଛାତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ନୟାଗଡ଼ ଦଶପଲ୍ଲା ନାହାକପଡା ଅଂଚଳର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା ସ୍ଥାନୀୟ ଅଂଚଳର ଜଣେ ଦିଦିଙ୍କ ସହିତ । ପାଠ ପଢିବା ପାଇଁ ୨୦୨୦ ମସିହାରେ ସଂପୃକ୍ତ ନାବାଳକଙ୍କର ସ୍ଥାନୀୟ ଏକ କଲେଜ୍‌ରେ ନାଁ ଲେଖାଇଥିଲେ ପରିବାର ଲୋକ । ଆଉ ସ୍କୁଲରେ ପାଠ ପଢିବା ସହିତ ଟ୍ୟୁସନ ପାଇଁ ଜଣେ ଶିକ୍ଷୟିତ୍ରଙ୍କ ପାଖକୁ ଯାଉଥିଲେ ସଂପୃକ୍ତ ନାବାଳକ । ବାଳକର ବୟସ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ଦିଦିଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି।

ହେଲେ ଟ୍ୟୁସନ ଯାଉଯାଉ ଶିକ୍ଷୟିତ୍ରୀ ଓ ନାବାଳକଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ । ଖାଲି ସଂପର୍କ ଗଢିଉଠିଥିଲା । ଶିକ୍ଷୟିତ୍ରୀ ଓ ନାବାଳକଙ୍କ ପ୍ରେମ ସଂପର୍କ କଥା ଜଣାପଡିବା ପରେ ନାବାଳକ ପରିବାର ଲୋକ ଏହାକୁ ବାରଣ କରିଥିଲେ । ଖାଲି ବାରଣ କରିଥିଲେ ତାହା ନୁହେଁ ବରଂ ଶିକ୍ଷୟିତ୍ରୀ ଜଣକ କେମିତି ନାବାଳକଙ୍କ ସହ କୌଣସି ସଂପର୍କ ରଖିବେନି, ସେନେଇ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ହେଲେ ସବୁ ପରେ ବି ଉଭୟଙ୍କ ମଧ୍ୟରେ ଚାଲିଥିଲା ପ୍ରେମ । ଆଉ ପ୍ରେମ ଏତେ ଅଧିକ ହୋଇଥିଲା ଯେ ନାବାଳକଙ୍କ ସହ ଫେରାର ମାରିଛନ୍ତି ଶିକ୍ଷୟିତ୍ରୀ ।

ତେବେ ପୁଅ ଫେରାର ହେବା ପରେ ଶିକ୍ଷୟିତ୍ରୀଙ୍କୁ ଦୋଷ ଦେଇଛନ୍ତି ନାବାଳକଙ୍କ ପରିବାର ଲୋକ । ଖାଲି ଏତିକି ନୁହେଁ ବରଂ ଜଣେ ଶିକ୍ଷୟିତ୍ରୀ ହୋଇ କେମିତି ନିଜ ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ, ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି । ତେବେ ପୂରା ଘଟଣାରେ ଶିକ୍ଷୟିତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(ରିପୋର୍ଟ- ସଂଜୀବ ସାହୁ, ଦଶପଲ୍ଲା)