ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।
ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।
ଷ୍ଟାର୍କଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ତାଙ୍କୁ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ଟାଇଟନ୍ସ ସହ ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଲା କୋଲକାତା ।
ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ ସନରାଇଜର୍ସ ।
ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ହେଲା ଦୁଇ ମହାବଳ ଲଢ଼େଇ ? ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଧାରଣତଃ ଅଢ଼େଇରୁ ୩ ବର୍ଷ ବୟସରେ ପହଞ୍ଚିବା ପରେ ପୁରୁଷ ମହାବଳ ନିଜସ୍ୱ ଇଲାକା ଖୋଜନ୍ତି । ଆଉ ଏଥିପାଇଁ ଲଢ଼େଇ ମଧ୍ୟ କରନ୍ତି ।
ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ ।
ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି ।
ଚେନ୍ନାଇ ସୁପରକିଙ୍ଗ୍ସ ସହ ହାତ ମିଳାଇବେ କି ରୋହିତ ? ଏନେଇ କୌଣସି ପ୍ରକାର ଔପଚାରିକ ଘୋଷଣା ରୋହିତ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ କରିନଥିବାବେଳେ, ରୋହିତ ମୁମ୍ବାଇ ଛାଡ଼ୁଥିବା ସଂକେତ ମିଳିଛି । ଏହି ଚର୍ଚ୍ଚାକୁ ଖୋଦ୍ ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ପୋଷ୍ଟରୁ ବାରି ହେଉଛି ।
ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍-୨.୦ର ଉଦଘାଟନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।
ମୋଟ ୪୭ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍ ଫର୍ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।
ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍ । ଏହି ମହା ଫାଇଟ୍ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା।
ସ୍କୁଲ ବାର୍ଷିକ ଉତ୍ସବରେ ଚମକିଲେ ଷ୍ଟାର୍ କିଡ୍ । ସ୍କୁଲ୍ ଡ୍ରାମାରେ ଅଭିନୟର ଯାଦୁ ଦେଖାଇଲେ ଶାହରୁଖଙ୍କ ପୁଅ ।
ଇଣ୍ଡିଆନ୍ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏହି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି ।
ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୫୬ ନମ୍ୱର ୱାର୍ଡ ଜନସମ୍ପର୍କ ପଦଯାତ୍ରାରେ ଖୋଲାଖୋଲି ଏହା ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଖାଲି ଘୋଷଣା ନୁହେଁ ଭୋଟ୍ ଭିକ୍ଷା ବି କଲେ ।
ଦେଶୀ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ଏବଂ କେବଳ ଓଡ଼ିଶାରୁ ୩ ଶହ ୩୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ସପ୍ତାହକ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି କାଲି କିଛି ଏମିତି ସଫେଇ ରଖିଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ ।
ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ ।
ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି ।
ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ ।
ମୁମ୍ବାଇ ଡି.ୱାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯାଇଥିଲା ଇଂଲଣ୍ତ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ୩୪୭ ରନ୍ରେ ବିଜୟ ହାସଲ କରିଛି ଭାରତ । ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ ।