/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702732784.jpg)
Dharmendra Pradhan
ପ୍ରଥମେ ଲୋକସଭା ଏବେ ବିଧାନସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ କହିଛନ୍ତି ଧର୍ମେନ୍ଦ୍ର । ବାରଙ୍ଗ ଦାଢ଼ାପାଟଣାରେ ଭାରତ ସଂକଳ୍ପ ଯାତ୍ରାରେ ଧର୍ମେନ୍ଦ୍ର ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି । ଲୋକସଭାରେ ୧୫, ବିଧାନସଭାରେ କେତେ ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି, ଲୋକସଭାରେ ୧୫, ବିଧାନସଭାରେ ସେହି ଅନୁପାତରେ ଜିତିବୁ । ଏଥର ଓଡ଼ିଶାରେ ବିଜେପି ବଡ଼ ପାର୍ଟି ହେବ, ଏକ ନମ୍ବର ହେବ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ ।
ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍, ଆଉ ଭୋଟ୍ ପ୍ରତିଶତ ପହଞ୍ଚିବ ୪୫ ପ୍ରତିଶତରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଜାତୀୟ ଗଣମାଧ୍ୟମରେ ଦେଇଥିବା ଏଇ ବିବୃତିକୁ ନେଇ ଆଲୋଚନା ଆଉ ପର୍ଯ୍ୟାଲୋଚନା ଜୋର୍ ଧରିଛି । ଅନ୍ୟପଟେ କଂଗ୍ରେସ ଓ ଶାସକ ବିଜେଡି କିନ୍ତୁ ଧର୍ମେନ୍ଦ୍ରଙ୍କ ଏହି ସମୀକରଣକୁ ଆଦୌ ଗ୍ରହଣ କରିନାହାନ୍ତି ।
ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ସେତିକି ନୁହେଁ, କାହିଁକି ଭୋଟ୍ ହାର ବଢିବ ତାର ସମୀକରଣ ବି ବତାଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିଥିଲା ୨୨ ପ୍ରତିଶତ ଭୋଟ୍ । ଯାହା ୨୦୧୯ରେ ୩୮ ପ୍ରତିଶତରେ ପହଞ୍ଚିଥିଲା । ସେହି ହାରରେ ୨୦୨୪ରେ ଦଳକୁ ୪୫ ପ୍ରତିଶତରୁ ଅଧିକ ଭୋଟ୍ ମିଳିବ ବୋଲି ଆଶା ରଖିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)