• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଆଉ କିଛି ସାଂସଦଙ୍କୁ ଲୋକସଭାରୁ ସସପେଣ୍ଡ କରାଯାଇଛି । ଗୃହରେ ହଟ୍ଟଗୋଳ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଅଧୀର ରଂଜନ ଚୌଧୁରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଲୋକସଭାରେ କଂଗ୍ରେସର ନେତା ହେଉଛନ୍ତି ଅଧୀର । ଆଗରୁ ୧୪ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ଆଜି ଆଉ ୩୩ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସୁତରାଂ ଏଯାବତ୍ ୪୭ ଜଣ ସାଂସଦଙ୍କୁ ନିଲମ୍ବିତ କରାଗଲାଣି।

ପୁରା ଶୀତ ଅଧିବେଶନରୁ ସମସ୍ତଙ୍କୁ ନିଲମ୍ବନ କରାଯାଇଛି । ଲୋକସଭାର ସୁରକ୍ଷା ଉଲ୍ଲଂଘନ ନେଇ ଏମାନେ ହଙ୍ଗାମା କରିଥିଲେ । ସଂସଦର ସୁରକ୍ଷା ପ୍ରସଙ୍ଗ ଉପରେ ସରକାରଙ୍କଠାରୁ ବିବୃତି ଦାବି କରୁଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ।