• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୩ ବର୍ଷ ତଳେ ସାରା ବିଶ୍ୱର ଜନଜୀବନକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଏବେ ଭାରତରେ ପୁଣି ଚିନ୍ତା ବଢ଼ାଇଲାଣି । କାରଣ କେରଳରେ ଚିହ୍ନଟ ହୋଇଛି କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 । ଏହାକୁ ନେଇ କେରଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଛି ତତ୍ପରତା ।

ଇଣ୍ଡିଆନ୍ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏହି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି । ଗତ ନଭେମ୍ବର ୧୮ ତାରିଖରେ ଥିରୁବନନ୍ତପୁରମ କାରାକୁଲମର ସଂପୃକ୍ତ ରୋଗୀଙ୍କ ଠାରୁ ନମୂନା ସଂଗ୍ରହ କରି RT-PCR ଟେଷ୍ଟ ପାଇଁ ପଠାଯାଇଥିଲା । ଆଉ ୮ ତାରିଖରେ ଏହା ପଜିଟିଭ୍ ଆସିବା ସହ ଏହା JN.1 ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଛି ।

ତେବେ ସଂପୃକ୍ତ ରୋଗୀଙ୍କ ପାଖରେ ଇନଫ୍ଲୁଏନଜାର ସାମାନ୍ୟ ଲକ୍ଷଣ ଦେଖାଦେଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ବି ଆସିଛି । କିନ୍ତୁ ଗତ ସପ୍ତାହେ ହେଲା, କେରଳରେ କୋଭିଡ୍-୧୯& କେଶ୍ ଉପରମୁହାଁ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୨ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କେରଳରୁ ହିଁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଛି ।

ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଏବଂ ରାଜ୍ୟବ୍ୟାପି କୋଭିଡ୍-୧୯ ସଂକ୍ରମଣ ଉପରମୁହାଁ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କେରଳରେ ଟେଷ୍ଟିଂ ଏବଂ ସର୍ଭେଲାନ୍ସକୁ ବଢ଼ାଇ ଦିଆଯାଇଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଏହି ଭାରିଆଣ୍ଟ ପ୍ରଥମେ ଲକ୍ସମବର୍ଗ ଓ ପରେ ପରେ ବ୍ରିଟେନ୍, ଫ୍ରାନ୍ସ ଏବଂ ଆମେରିକାରେ ଚିହ୍ନଟ ହୋଇଥିଲା ।