Advertisment

କୋଭିଡ୍‌ର ନୂଆ ଭାରିଆଣ୍ଟ JN.1 କେତେ ଭୟଙ୍କର..କ’ଣ ଏହାର ଲକ୍ଷଣ ଓ କେମିତି ବର୍ତ୍ତିବେ..

ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।

author-image
Manoranjan Behera
ଅଦ୍ୟତନ ହୋଇଛି
Covid New Variant JN.1

Covid New Variant JN.1

୩ବର୍ଷ ତଳେ ସାରା ବିଶ୍ୱର ଜନଜୀବନକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଏବେ ଭାରତରେ ପୁଣି ଚିନ୍ତା ବଢ଼ାଇଲାଣି । କାରଣ କେରଳରେ ଚିହ୍ନଟ ହୋଇଛି କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 । ଏହାକୁ ନେଇ କେରଳ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦେଖାଦେଇଛି ତତ୍ପରତା ।

Advertisment

ଇଣ୍ଡିଆନ୍ ସାର୍ସ କୋଭିଡ୍ ଜେନୋମିକ୍ସ କନସୋଟିୟମ୍-INSACOG ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏହି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଛି । ଗତ ନଭେମ୍ବର ୧୮ ତାରିଖରେ ଥିରୁବନନ୍ତପୁରମ କାରାକୁଲମର ସଂପୃକ୍ତ ରୋଗୀଙ୍କ ଠାରୁ ନମୂନା ସଂଗ୍ରହ କରି RT-PCR ଟେଷ୍ଟ ପାଇଁ ପଠାଯାଇଥିଲା । ଆଉ ୮ ତାରିଖରେ ଏହା ପଜିଟିଭ୍ ଆସିବା ସହ ଏହା JN.1 ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଛି ।

ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର। ୬୦ ବର୍ଷରୁ ଅଧିକ ବ୍ୟକ୍ତି ହୁଅନ୍ତୁ କି ଯେ କୌଣସି ବ୍ୟକ୍ତି ହାର୍ଟ ଏବଂ କିଡନୀ ରୋଗରେ ପୀଡ଼ିତ, ଥଣ୍ଡା ଜ୍ୱରରେ ପିଡ଼ୀତ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।

Advertisment

ଏପଟେ ସବୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେରଳରେ ପୁଣି ସଂକ୍ରମଣ ବଢ଼ିଥିବାରୁ ଏବଂ ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ, ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । କରୋନା ସଂକ୍ରମଣ ଆଶଙ୍କା ହ୍ରାସ କରିବା ପାଇଁ ନିର୍ଦ୍ଧାରିତ ପ୍ରଟୋକଲ୍ ଅନୁସାରେ ସର୍ଭେଲାନ୍ସ ଜାରି ରଖିବାକୁ, ସଚେତନତା ସୃଷ୍ଟି କରିବାକୁ ଏବଂ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

N.1 ବା BA.2.86.1.1 ଲିନିଏଜ କୋଭିଡ୍ ପିରୋଲା ଭାରିଆଣ୍ଟର ଏକ ରୂପାନ୍ତର । ଏହା ଆମେରିକା, ଚୀନ ଓ ସିଙ୍ଗାପୁର ପରେ ଭାରତରେ ଚିହ୍ନଟ ହୋଇଛି । ତେବେ କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଏହାର ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

JN.1 ଭାରିଆଣ୍ଟ କ’ଣ ?

ଓମିକ୍ରନ୍‌ର ସବ୍‌ଭାଇଆଣ୍ଟ BA.2.86 ‘ପିରୋଲା’ ଭାବରେ ମଧ୍ୟ ଜଣାଶୁଣା । ଏହି ଭାରିଆଣ୍ଟକୁ JN.1 ମଧ୍ୟ କୁହାଯାଉଛି । ଏହି ଭାରିଆଣ୍ଟ ସଂକ୍ରମିତ ମାମଲା ପ୍ରଥମେ ଚଳିତ ବର୍ଷ ସେପ୍ଟେମ୍ବରରେ ଆମେରିକାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୫ ରେ ଚାଇନାରେ ଏହି ସବଭାରିଆଣ୍ଟର ସାତଟି ମାମଲା ଦେଖିବାକୁ ମିଳିଥିଲା ।

JN.1 ର ଲକ୍ଷଣ..

ଏହି ରୋଗରେ ସଂକ୍ରମିତ ହେଲେ ଜ୍ୱର ହେବା, ନାକରୁ ପାଣି ଦେବା, ତଣ୍ଟି ଦରଜ ହେବା ଏବଂ ମୁଣ୍ତ ବିନ୍ଧିବା ଭଳି ପରିସ୍ଥିତି ଦେଖାଦେବ । ଡାକ୍ତରଙ୍କ କହିବାନୁଯାୟୀ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ । ଏହି ରୋଗ ୪ରୁ ୫ ଦିନ ମଧ୍ୟରେ ଠିକ୍‌ ହୋଇଯାଏ ।

କିଭଳି ବର୍ତ୍ତିବେ ଏହି ରୋଗରୁ..

ଆପଣଙ୍କୁ ଉପରୋକ୍ତ ଲକ୍ଷଣ ଦେଖାଦେଲେ ପ୍ରଥମେ ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖିବାକୁ ହେବ ।

ତୁରନ୍ତ କୋଭିଡ୍‌ ଟେଷ୍ଟ କରିବାକୁ ପଡ଼ିବ ।

ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବାକୁ ପଡ଼ିବ ।

ଏହାଦ୍ୱାରା ସଂକ୍ରମଣ ବ୍ୟାପିବ ନାହିଁ ।

COVID-19 Omicron Variant Covid New Variant
Advertisment
Advertisment