/odishatv-khabar/media/post_attachments/uploadimage/library/16_9/16_9_0/AbRam_Khan_1702745868.jpg)
AbRam Khan
ଶାହାରୁଖ୍ଙ୍କ ଆଇକନିକ୍ ପୋଜ୍ରେ ଜୁନିଅର୍ ଶାହରୁଖ୍ । ଆମେ କହୁଛୁ ଶାହରୁଖ୍ଙ୍କ ସାନ ପୁଅ ଅବରାମଙ୍କ କଥା । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ ବାର୍ଷିକ ଉତ୍ସବରେ ବାପାଙ୍କ ପୋଜ୍ରେ ଅଭିନୟ କରିଛନ୍ତି ଅବରାମ । ଏତେ ଛୋଟ ବୟସରେ ତାଙ୍କ ଡାଇଲଗ୍ ଡେଲିଭରୀ ଓ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ଚକିତ କରିଥିଲା । ସବୁଠୁ ବଡ଼ କଥା ହେଉଛି, ନାଟକର ଏକ ସିନ୍ରେ ବାପା ଶାହରୁଖଙ୍କ ଦୁଇ ହାତ ଖୋଲିବା ସିଗ୍ନେଚର ପୋଜ୍କୁ କରି ଦେଖାଇଥିଲେ ଅବରାମ୍ । ଆଉ ଏହି ସମୟରେ DDLJର ଗୀତ ମଧ୍ୟ ବାଜିଥିଲା ।
କାର୍ଯ୍ୟକ୍ରମରେ ବାପା ଶାହରୁଖ୍ ଖାନ୍, ମାଆ ଗୌରୀ ଖାନ୍ ଓ ଭଉଣୀ ସୁହାନା ଖାନ୍ ମଧ୍ୟ ଉପସ୍ଥିତ ଥିଲେ । ଶାହରୁଖ, ଗୌରୀ ସମେତ ପୁରା ପରିବାର ଏହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହି ସମୟର ଫଟୋ ଓ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
#ଚମକିଲେ_ଷ୍ଟାର୍_କିଡ୍
ସ୍କୁଲ ବାର୍ଷିକ ଉତ୍ସବରେ ଚମକିଲେ ଷ୍ଟାର୍ କିଡ୍ । ସ୍କୁଲ୍ ଡ୍ରାମାରେ ଅଭିନୟର ଯାଦୁ ଦେଖାଇଲେ ଶାହାରୁଖଙ୍କ ପୁଅ ।#ShahRukhKhan#GauriKhan#AbRamKhan#SchoolFunction#OTVpic.twitter.com/PXpHWYRWGF— ଓଟିଭି (@otvkhabar) December 16, 2023
କେବଳ ଅବରାମ କାହିଁକି ସ୍କୁଲର ଏହି ବାର୍ଷିକ ଉତ୍ସବରେ ନିଜର ଆକ୍ଟିଂ ଜଲୱା ଦେଖାଇଲେ ଅନ୍ୟ ଷ୍ଟାର୍ କିଡ୍ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଦେଖିବାକୁ ମିଳିଥିଲା ବଲିଉଡ୍ ଷ୍ଟାରଙ୍କ ସନ୍ତାନଙ୍କ ଆକ୍ଟିଂ । ସ୍କୁଲ ଡ୍ରାମାରେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ମୋହିଥିଲେ ଅଭିଷେକ ଓ ଐଶ୍ୱର୍ଯ୍ୟା ବଚ୍ଚନଙ୍କ ଝିଅ ଆରାଧ୍ୟା ।
#ଚମକିଲେ_ଷ୍ଟାର୍_କିଡ୍
ସ୍କୁଲ ବାର୍ଷିକ ଉତ୍ସବରେ ଚମକିଲେ ଷ୍ଟାର୍ କିଡ୍ । ସ୍କୁଲ୍ ଡ୍ରାମାରେ ଅଭିନୟର ଯାଦୁ ଦେଖାଇଲେ ଆରାଧ୍ୟା । ଅଭିଷେକ-ଐଶ୍ୱର୍ଯ୍ୟା ବଚ୍ଚନଙ୍କ ଝିଅ ହେଉଛନ୍ତି ଆରାଧ୍ୟା । #AishwaryaRaiBachchan#AaradhyaBachchan#SchoolFunction#OTVpic.twitter.com/o3Wq8ZNPwO— ଓଟିଭି (@otvkhabar) December 16, 2023
ନାତୁଣୀର ଏହି କଳା ଖୋଦ୍ ଅମିତାଭଙ୍କୁ ବେଶ୍ ଖୁସି ଆଣି ଦେଇଥିଲା । ସପରିବାର ସେ ବାର୍ଷିକ ଉତ୍ସବରେ ସାମିଲ ହୋଇ ନାତୁଣୀର ଅଭିନୟର ମଜା ନେଇଥିଲେ । ପରେ ସୋସିଆଲ୍ ମିଡିଆରେ ନାତୁଣୀର ପ୍ରଶଂସା କରି ପୋଷ୍ଟ ବି କରିଥିଲେ । ପୂର୍ବରୁ ଅମିତାଭ ନିଜର ଝିଅର ପୁଅ ଅଗସ୍ତ୍ୟା ନନ୍ଦାଙ୍କ ସମ୍ପର୍କରେ ମଧ୍ୟ ସୋସିଆଲ୍ ମିଡିଆରେ ଉଲ୍ଲେଖ କରିଥିଲେ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଦ ଆର୍ଚିସରେ ଅଗସ୍ତ୍ୟା ନନ୍ଦା ଅଭିନୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)