• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ କି ରୋହିତ ଶର୍ମା ? ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଆଇପିଏଲ ୨୦୨୪ ପୂର୍ବରୁ ରୋହିତଙ୍କୁ କ୍ୟାପଟେନ୍ ପଦରୁ ହଟାଇ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୫ଥର ଟ୍ରଫି ଜିତାଇଥିବା ଅଧିନାୟକଙ୍କୁ କ୍ୟାପ୍ଟେନ୍‌ସିପ୍‌ରୁ ବାହାର କରିବା ପରେ ମୁମ୍ବାଇ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ରୋହତି ୫ଟି ଟାଇଟଲ୍‌ ଜିତିଥିବା ଚେନ୍ନାଇ ସୁପରକିଙ୍ଗ୍ସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ବହୁ ପ୍ରକାର ପ୍ରୟାସ ମଧ୍ୟ କରାଯାଇଛି । ତେବେ IPL ପକ୍ଷରୁ ଟ୍ରେଡିଙ୍ଗ୍‌ ୱିଣ୍ତୋକୁ ମଧ୍ୟ ସଂସ୍କରଣ ଆରମ୍ଭ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି । ବର୍ତ୍ତମାନ ଯେକୌଣସି ଦଳ ଟ୍ରେଡ୍‌ରେ ରୋହିତଙ୍କୁ କିଣିପାରିବେ ।

ଚେନ୍ନାଇ ସୁପରକିଙ୍ଗ୍ସ ସହ ହାତ ମିଳାଇବେ କି ରୋହିତ ? ଏନେଇ କୌଣସି ପ୍ରକାର ଔପଚାରିକ ଘୋଷଣା ରୋହିତ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ କରିନଥିବାବେଳେ, ରୋହିତ ମୁମ୍ବାଇ ଛାଡ଼ୁଥିବା ସଂକେତ ମିଳିଛି । ଏହି ଚର୍ଚ୍ଚା ଖୋଦ୍‌ ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ପୋଷ୍ଟରୁ ବାରି ହେଉଛି । ରୋଚକ କଥା ହେଉଛି, ରୋହିତଙ୍କ ପତ୍ନୀ ରିତିକା ସାଜଦେଶ CSK ର ଇନଷ୍ଟାଗ୍ରାମ ପେଜରେ ଏକ ୟେଲୋ କଲର ହାର୍ଟ ଇମୋଜି କମେଣ୍ଟ କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ୧୦ ବର୍ଷ ଧରି ଶକ୍ତିଶାଳୀ କ୍ୟାପଟେନ୍‌ସିପ୍‌ କରିଥିବା ରୋହିତଙ୍କୁ ସମ୍ମାନ ଜଣାଇ ଚେନ୍ନାଇର ଇନଷ୍ଟାଗ୍ରାମ୍‌ ପୋଷ୍ଟରେ କମେଣ୍ଟ କରିଛନ୍ତି ରିତିକା । ଏପରି ସ୍ଥିତିରେ ଫ୍ୟାନ୍ସଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି, ଆଗାମୀ ଆଇପିଏଲ ସିଜିନରେ ରୋହିତ ଶର୍ମା ମୁମ୍ବାଇକୁ ବାଏ ବାଏ କହି ସିଏସକେ କ୍ୟାମ୍ପରେ ସାମିଲ ହେବେ କି ?

କ୍ୟାପଟେନ ପଦ ଯିବା ପରେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଖେଳିବେ ରୋହିତ ନା ମୁମ୍ବାଇ ଛାଡ଼ି ଅନ୍ୟ ଫ୍ରାଞ୍ଚାଇଜ ସହ ହାତ ମିଳାଇବେ । ଆଇପିଏଲ୍‌ ଅକ୍ସନ୍‌ର ଠିକ୍‌ କିଛିଦିନ ପୂର୍ବରୁ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କୁ ଦଳର କ୍ୟାପଟେନ୍‌ କରିଛି ମୁମ୍ବାଇ । ଟ୍ରେଡିଙ୍ଗ୍‌ ୱିଣ୍ତୋ ଜରିଆରେ ୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଥିଲା ମୁମ୍ବାଇ ।

୧୨ ଡିସେମ୍ବର ଯାଏ ଟ୍ରେଡ୍‌ ୱିଣ୍ତୋ ଖୋଲାଥିଲା । ବର୍ତ୍ତମାନ ଅକ୍ସନର ପରଦିନଠୁ ଅର୍ଥାତ ଡିସେମ୍ବର ୨୦ରୁ ଏହାକୁ ପୁଣିଥରେ ଖୋଲାଯାଉଛି । ତେବେ ରିଟେନ୍‌ ରହିଥିବା ରୋହିତ ଶର୍ମାଙ୍କୁ ଅନ୍ୟ ଦଳ ମଧ୍ୟ ଟ୍ରେଡ୍‌ରେ କିଣିପାରିବେ । ରୋହିତଙ୍କୁ ନିଜ ଟିମ୍‌ରେ ସାମିଲ କରିବା ପାଇଁ ପ୍ରାୟତଃ ସବୁ ଟିମ୍‌ ଆଗ୍ରହ ଦେଖାଇଥିବା ଜଣାପଡ଼ିଛି । ତେବେ ଅକ୍ସନ ପରଦିନ ବଡ଼ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ରୋହିତ ମୁମ୍ବାଇ ନା ଅନ୍ୟ କୌଣସି ଦଳରୁ ଖେଳିବେ, ତାହା ସିଜନ୍‌ ଆରମ୍ଭରୁ ଜଣାପଡ଼ିବ ।