କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।
ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଆଜି ଛତିଶଗଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ।
ଘରେ ଶୋଇଥିବା ବେଳେ ମାଡ଼ିଗଲା କାର୍। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .
ସେଫ୍ଟିକ୍ ଟ୍ୟାଙ୍କ୍ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ଆଖି ପିଛୁଳାକେ ଅଘଟଣ। ବଲାଙ୍ଗୀର ପୁଇଁତଳାରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବାପା ଓ ଦୁଇ ଝିଅଙ୍କ ଜୀବନ। ବାଇକକୁ ଧକ୍କା ଦେଇ ଝିଅକୁ ଅଧା କିଲୋମିଟର ଘୋଷାଡି ନେଲା ବସ୍। ପୋଡ଼ାଜଳା କରି କ୍ଷତିପୂରଣ ଦାବି କଲେ ଉତ୍ୟକ୍ତ ଲୋକେ।
ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।
ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ଯମ । ରାସ୍ତାରେ ୧୫ ଜଣଙ୍କ ଜୀବନ ଚାଲିଗଲା ।
ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍, ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କୁ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା
ଉଦ୍ଧାର କରିବା ବେଳେ କ୍ରେନ୍ ଡ୍ରାଇଭରଙ୍କ ଜୀବନ ଗଲା
ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍ ଖସି ପଡ଼ିଛି। ବିମାନ ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଶରଣାର୍ଥୀ ଶିବିର ବାହାରେ ବସ୍ ଷ୍ଟପେଜ୍ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଏସ୍ୟୁଭି କାର୍ ମାଡ଼ିଯିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି
ଘଣ୍ଟାପ୍ରତି ୩୦୦ କି.ମି. ସ୍ପିଡ୍ରେ ବାଇକ୍ ଚଲାଇବା ପାଇଁ ପ୍ରାୟାସ କରୁଥିଲେ ୟୁଟ୍ୟୁବର। ହେଲେ ସେ ଜାଣିନଥିଲେ ଏହା ତାଙ୍କ ପାଇଁ କାଳ ହେବ ଓ ଏଥିରେ ତାଙ୍କର ଜୀବନ ମଧ୍ୟ ଚାଲି ଯିବ।
ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି।
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ। ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି।
ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି ।
ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା ।
ଗାଡ଼ି ଧକ୍କାରେ ଜଣେ ଛିଟିକି ହୋଇ କିଛି ଦୂରରେ ପଡ଼ିଥିବା ବେଳେ ଆଉ ଜଣେ କାର୍ ଛାତ ଉପରେ ଯାଇ ପଡ଼ିଥିଲେ। ଏଭଳି ସ୍ଥିତିରେ କାର୍କୁ ଅଟକାଇବା ପରିବର୍ତ୍ତେ ଡ୍ରାଇଭର ସେମିତି ଗାଡ଼ି ଚଲାଇ କିଛି କି.ମି. ପର୍ଯ୍ୟନ୍ତ ଯାଇଥିଲେ।