• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାରା ଦେଶ କାହିଁକି, ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ । ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଚାରିଆଡ଼ୁ ଛୁଟୁଛି ସମବେଦନାର ସୁଅ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁର୍ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସକାଳୁ ସକାଳୁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିଧାସଳଖ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ପରେ ବିଭିନ୍ନ ମେଡ଼ିକାଲକୁ ଯାଇ ଆହତଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ । ତା’ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ପରଖିଥିଲେ ଅଶ୍ୱିନୀ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା, ତାହାର ଅନୁଧ୍ୟାନ ସହ ପୁରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଭବିଷ୍ୟତରେ ଏଭଳି ଦୁର୍ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଅଶ୍ୱିନୀ କହିଛନ୍ତି । ରେଳମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପରେ ବାଲେଶ୍ୱରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ବାହାନଗାକୁ ଯାଇ ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ହସ୍ପିଟାଲରେ ପହଞ୍ଚି ନବୀନ ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବାଲେଶ୍ୱର ମେଡିକାଲକୁ ଯାଇ ଆହତଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏସବୁ ଭିତରେ ଗ୍ରାଉଣ୍ଡ ଜିରୋରେ ଆସି ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ଗଣମାଧ୍ୟମକୁ ସମ୍ବୋଧନ କରିବାବେଳେ ରଖିଥିଲେ ଭିନ୍ନ ମତ । ଆଉ ଏହି ସମୟରେ ମମତା ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି। ମୃତ୍ୟୁସଂଖ୍ୟା ୫ ଶହ ହେବ ବୋଲି ମମତା କହିବା କ୍ଷଣି ୫ଶହ ନୁହେଁ, ସେତେବେଳେ ମୃତ୍ୟୁ ସଂଖ୍ୟା ୨୩୮ ବୋଲି କହିଲେ ରେଳମନ୍ତ୍ରୀ ।