Advertisment

ଓଡ଼ିଶାରେ ରେଳ ଦୁର୍ଘଟଣା,ସାରା ବିଶ୍ୱରେ ଶୋକର ଛାୟା

ଶୋକ ସଂଦେଶ ପଠାଉଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ... ଗଭୀର ଦୁଃଖ ପ୍ରକାଶ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ .... ଶୋକ ବ୍ୟକ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ.... କାନାଡ଼ା ପ୍ରଧାନମନ୍ତ୍ରୀ କହିଲେ ହୃଦୟ ବିଦାରକ ...

author-image
Prangyan Parimita
ଅଦ୍ୟତନ ହୋଇଛି
train accident

train accident

ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍‌ ହୃଦୟବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ . .କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦବୋବାଳି ... ଚାରିଆଡ଼େ ଶୁଭୁଥିଲା କରୁଣ ସ୍ୱର. . . ହେଲେ ସାହାଯ୍ୟର ହାତ ବଢ଼ିବା ଆଗରୁ ଛଟପଟ୍‌ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲା . . .

Advertisment

ଏପଟେ ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ । ବିଶ୍ୱର ବହୁ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଆହତଙ୍କ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ମୃତକଙ୍କ ପ୍ରତି ଗଭୀର ସମବେଦନ ଜଣାଇ ଟୁଇଟ କରିଛନ୍ତି। ଉଦ୍ଧାରକାର୍ଯ୍ୟରେ ଲଗିଥିବା ସମସ୍ତଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି ସୁନକ।

ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ମର୍ମାହତ ବୋଲି କହି ଟୁଇଟ କରିଛନ୍ତି। ଜର୍ମୀନୀ ଚାନସେଲର ମଧ୍ୟ ଏହି ଘଟଣାରେ ସମବେଦନା ଜଣାଇବା ଏଭଳି କଠିନ ସମୟରେ ଭାରତ ପାଖରେ ଛିଡା ହୋଇଛି ବୋଲି ଟୁଇଟ କରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି ଭାରତରେ ଘଟିଥିବା ଏ ଭୟଙ୍କର ରେଳ ଦୁର୍ଘଟଣା ସମୟରେ କାନାଡା ସବୁ ସମୟରେ ପାଖରେ ଛିଡା ହୋଇଛି। ସେହିପରି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମର ଜେଲେନ୍ସକି ମଧ୍ୟ ଭାରତରେ ସଂଘଟିତ ରେଳ ଦୁର୍ଘଟଣାରେ ଗଭୀର ମର୍ମାହତ ବୋଲି ଟ୍ୱିଟ୍ ଯୋଗେ ଜଣାଇଛନ୍ତି। 

Advertisment

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଏଇ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିବା କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମଧ୍ୟ ଏଭଳି ଦୁଃଖଦ ଘଟଣାରେ ସମବେଦନା ଜଣାଇଛନ୍ତି। ଏଭଳି ସ୍ଥିତିରେ ଭରତର ସହ ଆମେରିକା ଛିଡା ହୋଇଥିବା ସେ ଟୁଇଟ କରିଛନ୍ତି । ଅଷ୍ଟ୍ରେଲିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓଡିଶାରେ ଘଟିଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ୟୁରୋପିୟାନ୍ ୟୁନିୟନ ସଭାପତି କହିଛନ୍ତି ଭାରତରେ ଘଟିଥିବା ଏଭଳି ଭୟଙ୍କର ଦୁର୍ଘଟଣାରେ ମୁଁ ଗଭୀର ଶୋକବ୍ୟକ୍ତ କରୁଛି, ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କ ଆଶୁ ଆରୋଗ୍ୟକାମନା କରୁଛି। ସେହିପରି ତାଇୱାନ୍ ରାଷ୍ଟ୍ରପତି ମଧ୍ୟ ଏଥିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
...

Train Accident Train Mishap
Advertisment
Advertisment