Advertisment

ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ମୋଟ ୮୦୩ ଆହତ

ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କହିଲେ ରେଳ ମନ୍ତ୍ରୀ

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Train Tragedy

Odisha Train Tragedy

ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଲାଣି । ଏଥିସହ ୮୦୩ ଲୋକେ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ସୋରୋ, ଗୋପାଳପୁର ଏବଂ ଖନ୍ତାପଡାର ବିଭିନ୍ନ ହସପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।

Advertisment

ସେପଟେ ବାହାନଗା ଟ୍ରେନ ଟ୍ରାଜେଡିର ମୃତାହତଙ୍କ ସଂପର୍କୀୟଙ୍କୁ ନେଇ ଏକ ସ୍ପେସାଲ ଟ୍ରେନ ଆସୁଛି । ଏହି ଟ୍ରେନ ଚେନ୍ନାଇରୁ ବାହାରି ଭଦ୍ରକରେ ପହଞ୍ଚିବ । ଟ୍ରେନର ନମ୍ବର ହେଉଛି ୦୨୮୪୦ । ଆଜି ସଂଧ୍ୟା ୭ଟା ୨୦ ମିନିଟରେ ଏହି ସ୍ପେସାଲ ଟ୍ରେନ ବାହାରିବ ।

Advertisment

କରମଣ୍ଡଳ ଏକସପ୍ରେସ ଦୁର୍ଘଟଣାର ମୃତାହତଙ୍କ ସଂପର୍କୀୟମାନେ ଆସି ଏଠାରୁ ନିଜର ପ୍ରିୟ ପରିଜନଙ୍କୁ ଯେମିତି ଭେଟିପାରିବେ, ସେଥିପାଇଁ ଏହି ଟ୍ରେନ୍ ର ବ୍ୟବସ୍ଥା କରାଯାଇଛି । ଚେନ୍ନାଇ ସେଣ୍ଟ୍ରାଲର ହେଲପ ଡେସ୍କରୁ ସେମାନେ କଂପ୍ଲିମେଣ୍ଟାରି ପାସ୍ ନେଇପାରିବେ । ନିର୍ଦ୍ଦିଷ୍ଟ ନମ୍ବରରେ ଫୋନ୍ କରି ମଧ୍ୟ ସେମାନେ ନିଜର ସିଟ୍ ବୁକ୍ କରିପାରିବେ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । ସାଧାରଣ ଲୋକେ ମଧ୍ୟ ଏସି ଓ ସ୍ଲିପର୍ କ୍ଲାସ ସିଟ୍ ବୁକ୍ କରିପାରିବେ । ...

Train Accident Train Mishap
Advertisment
Advertisment