Advertisment

BMC ୱେବସାଇଟ୍‌ରେ ମୃତକଙ୍କ ଫଟୋ ଓ ବିବରଣୀ

ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
BMC

BMC

ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ସଂପର୍କରେ ଜାଣିବାକୁ BMC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । BMC ଜାରିକଲା ହେଲ୍ପ ଲାଇନ୍ ନଂ- ୧୯୨୯ । ମୃତଦେହ କେଉଁଠି ରଖାଯାଇଛି, ତାହା ଫୋନ୍ କରି ଜାଣିହେବ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହ ରହିଛି । 

Advertisment

ମୃତକଙ୍କ ସଂପର୍କୀୟ ହସ୍ପିଟାଲରୁ ହସ୍ପିଟାଲ ନବୁଲିବାକୁ BMC ପକ୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ସଂପର୍କୀୟ ଚାହିଁଲେ ଭୁବନେଶ୍ୱରରେ କରିପାରିବେ ମୃତଦେହ ସଂସ୍କାର । BMC ୱେବସାଇଟ୍‌ ରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ । BMC କମିଶନର ବିଜୟ ଅମୃତ କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।

ମୃତଦେହ ସମ୍ପର୍କରେ ଜାଣିବାକୁ ଯେଉଁସବୁ ଫୋନ୍ ଆସିବ, ତାର ସଠିକ୍ ସୂଚନା ଦେବାକୁ ୫ ଜଣ ପିଲା ନିଯୁକ୍ତି କରାଯାଇଛି। ଏହାସହ ରାଜ୍ୟ ସରକାର ପକ୍ଷରୁ କିଛି ଅଫିସରକୁ ମଧ୍ୟ ନିଯୁକ୍ତି କରାଯାଇଛି। ମୃତକଙ୍କ ସମ୍ପର୍କରେ ଫଟୋ ଓ ସୂଚନା ୱେବସାଇଟରେ ଅପଲୋଡ୍ ହୋଇଛିା WWW.OSDMA.ORG, WWW.SRCODISHA.NIC.IN ଏବଂ WWW.BMC.GOV.IN ରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି।

Advertisment

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଶନିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Train Accident BMC Helpline Number
Advertisment
Advertisment