Advertisment

କାଳ ହେଲା କରମଣ୍ଡଳ, କୁଢ଼ କୁଢ଼ ମୃତଦେହ ଭିତରୁ ଚାଲିଛି ପରିଚିତଙ୍କ ମୁହଁ ଖୋଜା

ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ ।

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Train Mishap

Odisha Train Mishap

କାଳ ସାଜିଲା କରମଣ୍ଡଳ... ରେଳ ଯାତ୍ରା ହେଲା ଶେଷ ଯାତ୍ରା... ଏ ଯାତ୍ରା କାହା ମଥାରୁ ସିନ୍ଦୂର ପୋଛି ଦେଲା ତ ଆଉ କାହା କୋଳରୁ ଛୁଆକୁ ଛଡ଼ାଇ ନେଲା... ଏବେ ଏକାଧିକ ପରିବାର ନିଜ ପ୍ରିୟ ପରିଜନକୁ ଖୋଜି ଖୋଜି ପାଉ ନାହାନ୍ତି... ଆଉ ଯଦି ପାଉଛି ତେବେ ଜୀବିତ ଅବସ୍ଥାରେ ନୁହେଁ ବରଂ ଦେହାନ୍ତରେ...

Advertisment

କାନ୍ଦି କାନ୍ଦି କାହା ଆଖି ନାଲି ପଡ଼ିଗଲାଣି ତ ଆଉ କିଏ ଅଣାୟତ ହୋଇ ସାରିଲାଣି... ସମସ୍ତଙ୍କ ଆଖିରେ ଲୁହ... କିଏ କାହା ସ୍ୱାମୀକୁ ହରାଇଛି ତ ଆଉ କିଏ ତା ପୁଅକୁ... ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ ଦୁଃଖ ଯନ୍ତ୍ରଣାର କରୁଣ ଚିତ୍ର ସତରେ ଦେଖିବା ସମ୍ଭବ ନୁହେଁ ... ସମସ୍ତେ ନିଜ ପ୍ରିୟ ପରିଜନଙ୍କୁ ଖୋଜିବାରେ ବ୍ୟସ୍ତ, କିଏ ପାସପୋର୍ଟ ଫଟୋ ଦେଖାଉଛି ତ ଆଉ କିଏ ମୋବାଇଲରେ ଫଟୋ ଦେଖାଇ କହୁଛି ରେଳ ଦୁର୍ଘଟଣା ହେବାର କିଛି ସମୟ ଭିତରେ ଫୋନରେ ପଦଟିଏ କଥା ହୋଇଥିଲେ, ହେଲେ ତା ପରଠାରୁ ମୋବାଇଲ୍ ସୁଇଚ୍ ଅଫ୍... ସବୁ ହସ୍ପିଟାଲରେ ଖୋଜି ସାରିଲେଣି, ହେଲେ କେଉଁଠି ବି ପତ୍ତା ମିଳୁନି

ସେପଟେ ହସ୍ପିଟାଲ ବାରଣ୍ଡାରେ ବାରମ୍ବାର ମୁର୍ଛା ଯାଉଛନ୍ତି କରମଣ୍ଡଳ ଏକ୍ସପ୍ରେସର ଆଉ ଜଣେ ଯାତ୍ରୀ... ନିଜେ ସିନା ସୌଭାଗ୍ୟକୁ ବଞ୍ଚି ଯାଇଛନ୍ତି ହେଲେ ଛାତି ଫଟାଇ କହୁଛନ୍ତି ମୋ ପୁଅ କୁଆଡେ ଗଲା... ଘର ଲୋକଙ୍କୁ କି ଉତ୍ତର ଦେବି... ଜଣେ କି ଦୁଇ ଜଣ ନୁହେଁ ଏକାଧିକ ବ୍ୟକ୍ତିଙ୍କର ଏବେ ସମାନ ଅବସ୍ଥା । ସେହିପରି ଜଣେ ଯୁବକ କାଲି କରମଣ୍ଡଳ ଏକ୍ସପ୍ରେସରେ ଯିବାକୁ ବାହାରିଥିଲେ । ଶାଶୁ, ପତ୍ନୀ, ଓ ଭାଇ ଟ୍ରେନରେ ବସିଲେ କିନ୍ତୁ ନିଜେ ବସି ପାରିଲେନି । ଟିକେ ବିଳମ୍ବ ହୋଇଯିବାରୁ ଟ୍ରେନ ଛାଡ଼ିଦେଲା । ଭାଗ୍ୟ ବଳୁଆ ଥିବାରୁ ନିଜେ ସିନା ବଞ୍ଚିଗଲେ ହେଲେ ଏବେ ଶାଶୁଙ୍କୁ ମୃତ ଅବସ୍ଥାରେ ପାଇଥିବା ବେଳେ ପତ୍ନୀ ଓ ଭାଇଙ୍କ ଖୋଜଖବର ଏଯାଏଁ ପାଇ ନାହାନ୍ତି।

ଅନ୍ୟପଟେ ଆଉ ଦୁଇ ଜଣ ବ୍ୟକ୍ତି ନିଜ ଭାଇକୁ ହରାଇ ମ୍ରିୟମାଣ। ମାଆର ଶୁଦ୍ଧିକ୍ରିୟା ପାଇଁ ଦୀର୍ଘ ୧୪ ବର୍ଷ ପରେ ଚେନ୍ନାଇରୁ ଗାଁକୁ ଫେରିଥିଲେ ଭାଇ । ହେଲେ ଶୁଦ୍ଧିକ୍ରିୟା ସାରି କରମଣ୍ଡଳ ଏକ୍ସପ୍ରେସରେ ଫେରିଗଲା ବେଳକୁ ସବୁଦିନ ପାଇଁ ଦୁନିଆରୁ ଚାଲିଗଲେ...

Advertisment

ଆଉ ଇଏ ମୟୁରଭଞ୍ଜ କପ୍ତିପଦା ଅଞ୍ଚଳର ଭ୍ରମରବର ବେହେରା। କାଲି ପୁଅକୁ ବାରମ୍ବାର ମନା କରିଥିଲେ, ୩ ମାସର ଛୁଆକୁ ଛାଡ଼ି ଘରୁ ଯାଆନା, ଗାଁରେ ରହି କାମ କର... ହେଲେ ଉପାର୍ଜନ ପାଇଁ ନିଜ କର୍ମକ୍ଷେତ୍ରକୁ ବାହାରି ଯାଇଥିବା ପୁଅ ରଜନୀକାନ୍ତ ପାଇଁ କାଲିର ରାତି ପାଲଟିଗଲା ଶେଷ ରଜନି...

କରମଣ୍ଡଳ ଏକ୍ସପ୍ରେସ ନିଜେ ଯେମିତି ଛିନଛତ୍ର ହୋଇଯାଇଛି ସେମିତି ଏକାଧିକ ପରିବାରକୁ ଛାରଖାର୍ କରିଦେଇଛି... ଏଯାଏଁ ଅନେକ ଲୋକଙ୍କର ଖୋଜଖବର ବି ମିଳିନି...

Train Accident Train Mishap
Advertisment
Advertisment