• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଳ ଦୁର୍ଘଟଣା ନେଇ ସେ ବଡ଼ ମନ୍ତବ୍ୟ ଦେଇଛନ୍ତି । ଦୁଘଟଣାସ୍ଥଳର ଦୃଶ୍ୟ ମନକୁ ବିଚଳିତ କରିବା ଭଳି. . ଖୁବ୍‌ ବେଦନାଦାୟୀ ଏ ସମୟ । ଏଭଳି ଏକ ଦୁଃଖଦ ଘଟଣାକୁ ଭାଷାରେ ପ୍ରକାଶ କରିବା କଷ୍ଟକର . . . ଯେଉଁ ଲୋକଙ୍କୁ ଆମେ ହରାଇଛନ୍ତି, ସେମାନଙ୍କୁ ଫେରାଇ ଆଣି ପାରିବାନି । ହେଲେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ରହିଛି । କେନ୍ଦ୍ର ସରକାରଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁ ଶକ୍ତ ସଜା ଦିଆଯିବ । ଦୋଷୀଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ କହିଛନ୍ତି ।

ସେହିପରି ଓଡ଼ିଶା ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି । ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରାଯାଇଛି । କେବଳ ସରକାର ନୁହଁନ୍ତି ସ୍ଥାନୀୟ ଲୋକମାନେ ମଧ୍ୟ ଏହି ସଙ୍କଟ ଘଡ଼ିରେ ଅନେକ ସହଯୋଗ କରିଛନ୍ତି ।  ରକ୍ତଦାନ ଠାରୁ ଆରମ୍ଭ କରି ଉଦ୍ଧାର ପର୍ଯ୍ୟନ୍ତ ସବୁ କାମ କରିଛନ୍ତି .. . ସ୍ଥାନୀୟ ଲୋକଙ୍କ ଯୋଗୁଁ ଉଦ୍ଧାର କାର୍ଯ୍ୟ  ତ୍ୱରାନ୍ୱିତ ହୋଇଛି . . .ସମସ୍ତଙ୍କୁ ଆଦରପୂର୍ଣ୍ଣ ନମନ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ରେଲୱେ ଟିମ୍‌ ନିଜର ପୂରା ଶକ୍ତି ଲଗାଇ ରେସ୍କ୍ୟୁ ପାଇଁ କାମ କରିଛି । ହସ୍ପିଟାଲରେ ଆହତ ଲୋକଙ୍କୁ ଭେଟିଛି । ତେବେ ମୋ ପାଖରେ ଶବ୍ଦ ନାହିଁ, ସେମାନଙ୍କ ବେଦନାକୁ ପ୍ରକାଶ କରିବା ପାଇଁ । ଆମେ ଏହି ଘଟଣାରୁ ବହୁତ କିଛି ଶିଖିବା । ଆଗାମୀ ସମୟରେ ଲୋକଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯିବ ।  ବୋଲି ଏହି ଅବସରରେ ମୋଦି କହିଛନ୍ତି ।