Advertisment

ରଖେ ହରି ତ ମାରେ କିଏ...ରେଳ ଦୁର୍ଘଟଣାରୁ ବର୍ତ୍ତିଲେ ଗୋଟିଏ ପରିବାରର ୩ ସଦସ୍ୟ

ସ୍ଥାନୀୟ ଲୋକଙ୍କ ସହାୟତା ବଞ୍ଚାଇଲା ପରିବାରର ଜୀବନ । ଓଡ଼ିଶାବାସୀଙ୍କୁ ମହାନ କହିଲେ ମେଦିନାପୁରର ସୁବ୍ରତ ପାଲ୍ ।

author-image
Prangyan Parimita
ଅଦ୍ୟତନ ହୋଇଛି
train accident

train accident

ରଖେ ହରି ତ ମାରେ କିଏ, ଗତକାଲି ବାହାନଗାରେ କାଳରାତ୍ରୀ ରେଳ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ନିଶ୍ଚିତ ମୃତ୍ୟୁ ମୁଖରୁ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ମହେଶିଦାଲ ଅଞ୍ଚଳର ଗୋଟିଏ ପରିବାର ତିନି ଜଣ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ବେଳର ଦୃଶ୍ୟକୁ ବଖାଣିଛନ୍ତି ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ସୁବ୍ରତ ପାଲ । ଖଡ଼ପୁରରୁ ଚେନ୍ନାଇ ଯିବା ଲାଗି ସେ କରମଣ୍ଡଳ ଏକ୍ସପ୍ରେସରେ ନିଜ ପରିବାର ସହ ଚଢିଥିଲେ।

Advertisment

ହେଲେ ଟ୍ରେନ ବାଲେଶ୍ୱର ଷ୍ଟେସନ ଛାଡ଼ିବାର ୨୦ ମିନଟ ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପରେ ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। କିଛି ବୁଝିବା ପୂର୍ବରୁ ରେଳର ବଗି ଗୁଡ଼ିକ ଟ୍ରାକରୁ ଖିସଥିଲା। ଅନ୍ଧାର ହେଲେ ବି ସ୍ଥାନୀୟ ଲୋକେ ବଢ଼ାଇଥିଲେ ସହାୟତାର ହାତ। ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁବ୍ରତ ପାଲ ଓ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଓଡ଼ିଶାବାସୀଙ୍କ ମହାନୀୟତାକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସୁବ୍ରତ ପାଲ ଓ ତାଙ୍କ ପରିବାର ।

ସେପଟେ ଛାତିଥରା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସେ ଗଭୀର ମର୍ମାହତ । ଏଥିସହ ସାରା ଭାରତରେ ଆଜି ବିଜେପି ତରଫରୁ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ସେ ସ୍ଥଗିତ ରଖିବା ଲାଗି ଘୋଷଣା କରିଛନ୍ତି। ଏହି କଠୋର ସମୟରେ ପରମପିତା ପରମେଶ୍ୱର ମୃତକଙ୍କ ପରିବାରକୁ ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ।

Advertisment
Train Accident Balasore Train Mishap
Advertisment
Advertisment