• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Indian Army
ଦୁର୍ଘଟଣା ପରେ ଜଳିଗଲା ସେନା ହେଲିକପ୍ଟର; ମିଳୁନି ପାଇଲଟ୍‌ଙ୍କ ପତ୍ତା

ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।

Bus overturned on national highway 18
ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଓଲଟିଲା ବସ୍‌, ମଧ୍ୟ ରାତ୍ରରେ ଦୁର୍ଘଟଣା...

ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍‌ ଓଲଟି ପଡ଼ିଥିଲା।

Accident
ସରପଞ୍ଚଙ୍କ ଦୁର୍ଘଟଣାରେ ମୃତ୍ୟୁ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

Accident
ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍; ଚାଲିଗଲା ୩ ଜୀବନ

ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ପିକଅପ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛି ।

accident
ରାଜଧାନୀ ଭୁବନେଶ୍ୱରରେ ଡ୍ରଗ୍ସ ଖାଇ ସିରିଜ୍ ଦୁର୍ଘଟଣା; ୩ ଗୁରୁତର

ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ସୂର୍ଯ୍ୟନଗର ଅଂଚଳରେ ସ୍ଥାନୀୟ ଲୋକେ କାରକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିଛନ୍ତି । କାରରେ ଥିବା ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମ‍ବାସୀ ।

Fire Mishap In Uttar Pradesh
ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍‌ କୌଣସି କାରଣରୁ  ନିଆଁ ଲାଗି ଯାଇଥିଲା।

Girl Student Dies After Falling From Roof
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ିଲେ ଛାତ୍ରୀ

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।

Youth dies just few hours before his marriage in Odisha's Angul
ରୋଷଣୀ ବଦଳରେ ଉଠିଲା କୋକେଇ: ରାତି ପାହିଲେ ବାହା ହୋଇଥାନ୍ତେ, ତା’ପୂର୍ବରୁ ଚାଲିଗଲା ଜୀବନ...

ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

Puri Firemishap
ସବୁ କିଛି ପୋଡ଼ି ଛାରଖାର୍‌, କେମିତି ଆଗକୁ ବଢ଼ିବ ଜୀବନ..?

ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି ।

Fire at another market complex in Puri!
ପୁରୀରେ ପୁଣି ଲାଗିଲା ନିଆଁ

ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। 

Puri market complex fire
ସବୁ ପୋଡ଼ି ଛାରଖାର : ୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ

ସୂଚନା ଦେଲେ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ମାଝୀ

Laxmi Market
ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

ପର୍ଯ୍ୟଟନ ସହ ପୁରୀକୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।

Puri shopping complex fire mishap
କାହିଁକି ଲିଭୁନି ପୁରୀ ମାର୍କେଟ କମ୍ପ୍ଲେକ୍ସ୍‌ ନିଆଁ ? କହିଲେ ଅଗ୍ନିଶମ ଡିଜି...

ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି ।

Fire that broke out at Laxmi Market Complex in puri
ଜଳୁଛି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ, ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ...

୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। 

Road mishap claims man’s life in Daspalla during ‘groom hunt’ for daughter
ଜ୍ୱାଇଁ ଦେଖିଯାଇଥିଲେ, ଶବ ହୋଇ ଫେରିଲେ

ଝିଅ ଲାଗି ଜ୍ୱାଇଁ ଦେଖିବାକୁ ଯାଇଥିଲେ । ବାଟରେ ଛକିଥିଲା ଯମ...ଭୟାନକ ଦୁର୍ଘଟଣାରେ ଚାଲିଗଲା ପ୍ରାଣ । କିଛିଦିନ ପରେ ଯେଉଁ ବାହାଘର ହୋଇଥାଆନ୍ତା ଏବେ ସେଇଠୁ କୋକେଇ ଉଠିଲା

  • Wednesday, 08 March 2023
Dead Body
ଭୁଲ ଇଞ୍ଜେକସନ୍‌ ନେଲା ପ୍ରାଣ : ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ

ମେଡିକାଲ ବେଡ୍‌ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି

Road mishap
ଝିଅ ଲାଗି ଜ୍ୱାଇଁ ଦେଖିବାକୁ ଯାଇଥିଲା ବାପା : ଅଧା ରାସ୍ତାରେ ଚାଲିଗଲା ପ୍ରାଣ

ବାପା ଖୋଜିବାକୁ ଯାଇଥିଲା ବର, ଅଧା ରାସ୍ତାରେ ଶବ ହୋଇଗଲା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦଶପଲ୍ଲା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମପଚଂୟତ କାର୍ଯ୍ୟାଳୟ ପାଖରେ। ଖଣ୍ଡପଡା ଲକ୍ଷ୍ମୀପ୍ରସାଦ ଗାଁର ମହେଶ୍ବର ବେହେରା ନିଜ ଝିଅର ବାହାଘର ଲାଗି ସ୍ଥାନୀୟ ଅଂଚଳର କିଶୋରପ୍ରସାଦ ଗାଁକୁ ଆସିଥିଲେ । ପ୍ରସ୍ତାବ ଦେଖିବା ପରେ ଚାଲିଚାଲି ରାସ୍ତା ପାର୍‌ ହେଉଥିଲେ । ହେଲେ ଦ୍ରୁତଗତିରେ ଆସୁଥିବା ଗାଡି ମହେଶ୍ୱରଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା

Death toll rises in explosion at firecracker manufacturing unit in Khordha
ଭୂଷଣ୍ଡପୁରରେ ବାଣ ବିଭୀଷିକା: ଜଳିଲା ୫ ଜୁଇ

ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।

Crackers Blast
ଭୟଙ୍କର ବାଣ ବିସ୍ଫୋରଣ ତାଲିକାରେ ନୂଆ ନାଁ ଭୁଷଣ୍ଢପୁର

ପ୍ରଚଣ୍ଡ ଶବ୍ଦ କରି ୫ ବଖରା ଛାତ ଘର ଉଡ଼ି ଯାଇଥିଲା । ଯେଉଁଥିରେ ସେହି ଗାଁର ଏକ ଦଂପତିଙ୍କ ମୃତ୍ୟୁ ଘଟିଥିଲା । 

Fire Crackers Factory Blast
ପୁଣି ସେହି ଅଘଟଣ, ପୁଣି ସେହି ବାଣ ବିସ୍ଫୋରଣ

ଗାଁର ଜନବସତି ଅଞ୍ଚଳରୁ ଅଧ କିଲୋମିଟର ଦୂରରେ ଥିବା ଏକ ଘରେ ଘଟିଥିଲା ଅଘଟଣ ।

Fire Crackers Factory Blast
ଲୁଚାଛପାରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ! ବାପ-ପୁଅଙ୍କ ସହ ୪ ଜୀବନ ଗଲା

ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।

7 Killed As Truck Rams Into Bus In Haryana
ଡ୍ରାଇଭରଙ୍କ ଆଖି ଲାଗିଗଲା, ସିଧା ଯାଇ ବସ୍‌ ପଛରେ ପିଟି ହେଲା ଟ୍ରକ୍‌...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

Two trains collide in Greece
ମଧ୍ୟରାତ୍ରରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଟ୍ରାକ୍‌ ଉପରେ ୨ ଟ୍ରେନ୍‌ ଧକ୍କା, ୨୦ରୁ ଅଧିକ ମୃତ

ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍‌ ଓ କାର୍ଗୋ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି।

 Bariapada fire tragedy
ମନେ ପଡ଼େ ସେଦିନର ଛାତିଥରା ଦୃଶ୍ୟ...ଏଇଠି ଜୀଅନ୍ତା ଜଳି ଯାଇଥିଲେ ୨୧୫ ଭକ୍ତ...

ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।